ଆପୁଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଛି ଚଳଚ୍ଚିତ୍ର ‘ମାମା ୱେଡ୍‌ସ ପାପା’

Advertisment
ଆପୁଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଛି ଚଳଚ୍ଚିତ୍ର ‘ମାମା ୱେଡ୍‌ସ ପାପା’

ଅତି କମ ବୟସରେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଜଣେ ନିର୍ଦ୍ଦେଶକଙ୍କୁ ଦେଖିବାକୁ ମିଳିଥିଲା। ସେ ହେଉଛନ୍ତି ଆପୁ କାନୁନ୍‌ଗୋ। ଆପୁ ପ୍ରଥମେ ‘ସାତସୁରେ ବନ୍ଧା ଏ ଜୀବନ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ପରେ ସେ ‘ଡାଡି’ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। କୋଭିଡ୍ କଟକଣା ଓ ଲକ୍‌ଡାଉନ୍ ଅବଧି ଭିତରେ ତାଙ୍କୁ ଆଉ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ସୁଯୋଗ ମିଳିଥିଲା। ଏଇ ସିନେମାଟି ବ୍ୟବସାୟିକ ଧାରାରେ ପ୍ରେକ୍ଷାଳୟକୁ ଆସିଥିଲେ ମଧ୍ୟ ଏଥିରେ କଳାତ୍ମକ ଦିଗ ବେଶ୍ ରୋଚକ ଭାବେ ବାରି ହେଇପଡ଼ିଥିଲା। ଚଳଚ୍ଚିତ୍ରର ଶୀର୍ଷକ ଥିଲା ‘ଓଏ ଗୀଟାର’।

ଏବେ ଆପୁଙ୍କ କାହାଣୀ ପରିକଳ୍ପନା ଓ ଚିତ୍ରନାଟ୍ୟ ପ୍ରସ୍ତୁତି ଓ ନିର୍ଦ୍ଦେଶନାରେ ନିର୍ମାଣ ହେଉଛି ‘ମାମା ୱେଡ୍‌ସ ପାପା’। ଡ୍ରାମା ଅପେକ୍ଷା ଏଥିରେ ଥିବା ସଙ୍ଗୀତ, ଚିତ୍ରୋତ୍ତୋଳନ ସମ୍ପାଦନା ଦିଗ ବୈଷୟିକ ଦୃଷ୍ଟିକୋଣରୁ ଉଚ୍ଚକୋଟୀର ହେବ ବୋଲି ଶୁଣାଯାଉଛି। ସଙ୍ଗୀତ ସଜାଇଛନ୍ତି ଅସାଦ ନିଜାମ। ନାୟକ ଭୂମିକାରେ ଅଭିଷେକ, ନାୟିକା ଭୂମିକାରେ ବଙ୍ଗୀୟ ଲଳନା ରିତିଶାଙ୍କ ସହ ଏଥିରେ ପ୍ରିୟଙ୍କା, ବଲିଉଡ୍ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁଙ୍କୁ ଏଥିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ସାଧାରଣତଃ ବାପା ମାଆ ସେମାନଙ୍କ ପୁଅ ଝିଅଙ୍କର ବିବାହ କରାଇଥାନ୍ତି, ହେଲେ ଏଇ ଚଳଚ୍ଚିତ୍ରରେ ପିଲାମାନେ ମିଶି ବାପା ଓ ମାଆଙ୍କ ବିବାହ କରୁଥିବାର ଦେଖିବାକୁ ମିଳିବ। ହାସ୍ୟରସ, ପ୍ରେମ ବିରହ ଓ ରହସ୍ୟ ରୋମାଞ୍ଚରେ ଭରପୂର ଏହାର କାହାଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe