ଦେବୋଲିନା ପ୍ରଡକ୍ସନର ଦ୍ୱିତୀୟ ଅବଦାନ ‘ଭାବେ ସିନା କହିପାରେନା’

Advertisment
ଦେବୋଲିନା ପ୍ରଡକ୍ସନର ଦ୍ୱିତୀୟ ଅବଦାନ ‘ଭାବେ ସିନା କହିପାରେନା’

ଚଳଚ୍ଚିତ୍ର ‘ଦେଲେ ଧରା କଥା ସରେ’ ପରେ ଦେବୋଲିନା ପ୍ରଡକ୍ସନର ଦ୍ବିତୀୟ ଅବଦାନ ‘ଭାବେ ସିନା କହିପାରେନା’। ଏହା ଏକ ପ୍ରଣୟଭିତ୍ତିକ କାହାଣୀ। ଏଥିରେ ଅଭିନେତା ଅଭିଷେକଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଟେଲି ଧାରାବାହିକ ଅଭିନେତ୍ରୀ ଅର୍ଚ୍ଚିତା।

‘ଏସିପି ସାଗରିକା’ରୁ ବଡ଼ ପରଦାକୁ ଆସିଥିବା ଅଭିଷେକ ଏହା ଭିତରେ ‘କେହି ନୁହେଁ କାହାର’, ‘ଚୁପି ଚୁପି ଚୋରି ଚୋରି’, ‘ରିଭେଞ୍ଜ୍‌’, ‘ଆତ୍ମା’ ଓ ‘କଥା ଦେଲି ମଥା ଛୁଇଁ’ ଆଦିର ନାୟକ ସାଜିଛନ୍ତି। ଏହା ବ୍ୟତୀତ ସେ ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ ଓ ‘ ବୈଶାଳୀ’ରେ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛନ୍ତି।

‘ଭାବେ ସନା କହିପାରେନା’ ଚଳଚ୍ଚିତ୍ରରେ ଅଭିଷେକ ଓ ଅର୍ଚ୍ଚିତାଙ୍କ ବ୍ୟତୀତ ଦୁଷ୍ମନ୍ତ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ମନୀଷା ରଥ, ପୁପୁନ ପ୍ରମୁଖଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏହାର ପ୍ରଯୋଜନା କରୁଛନ୍ତି ପଙ୍କଜ କୁମାର ରାଉତ ଏବଂ ନିର୍ଦ୍ଦେଶନା ଦେଉଛନ୍ତି ବର୍ଷୀୟାନ ଅଭିନେତା ଅସିତ ପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe