ନଭେମ୍ବର ୮ରେ ମୁକ୍ତିଲାଭ କରିବ ‘ମାଲ୍‌ ମହୁ ଜୀବନ ମାଟି ଭାଗ୍ୟର ନୋ ଗ୍ୟାରେଣ୍ଟି’

Advertisment
ନଭେମ୍ବର ୮ରେ ମୁକ୍ତିଲାଭ କରିବ ‘ମାଲ୍‌ ମହୁ ଜୀବନ ମାଟି ଭାଗ୍ୟର ନୋ ଗ୍ୟାରେଣ୍ଟି’

image source-facebook

ଭୁବନେଶ୍ବର: ଏଇ ନଭେମ୍ବର ମାସ ୮ ତାରିଖରେ ପୁଣି ଏକ ବିଗ୍‌ ବଜେଟ୍ ସିନେମା ରିଲିଜ୍‌ ହେବ। ଏଥିରେ ପୁଣି ଏକାଠି କାମ କରିଛନ୍ତି ସବ୍ୟସାଚୀ-ଏଲିନା। ହଁ, ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରଥମ ସିନେମା ‘ମାଲ୍‌ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଏଲିନା।

ଆଗରୁ ଏହି ଯୋଡିକୁ ଦର୍ଶକ ଗତ ବର୍ଷ ଦୁଇଟି ସିନେମାରେ ଦେଖିବାକୁ ମିଳିଥିଲା। ଏହି ସିନେମା ହେଲା ‘ଟୋକାଟା ଫସିଗଲା ଏବଂ ଫୋର ଇଡିଅଟସ୍‌’।‘ମାଲ୍‌ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତୃତୀୟ ଥରଲାଗି ଏକାଠି ଆସୁଛନ୍ତି ସବ୍ୟ-ଏଲିନା। ଏହା ରିଲିଜ୍‌ ହେଲେ ହାଟ୍ରିକ୍‌ କରିବେ ଏହି ଯୋଡି।

publive-image

ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍‌। ଇତିମଧ୍ୟରେ ସିନେମାର ସୁଟିଂ ଶେଷ ହେବା ସହ ପୋଷ୍ଟ ପ୍ରଡକସନ କାମ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe