Advertisment

ଆଖି ଯେବେ ଅନ୍ଧ ହୁଏ

Advertisment
ଆଖି ଯେବେ ଅନ୍ଧ ହୁଏ

ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ମହନ୍ତ (ରାଜା) ନୂଆ ଚଳଚ୍ଚିତ୍ର ‘ଚକ୍ଷୁବନ୍ଧନ’ର ସଫଳତାକୁ ନେଇ ଖୁବ୍‌ ଆଶାବାଦୀ। ଏହାର କାହାଣୀ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି, ଦିଲୀପ ଚୌଧୁରୀ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଭୂମିକା ଦାଶ ଏବଂ ବଙ୍ଗ ଅଭିନେତ୍ରୀ ଈଶାନୀ ସେନଗୁପ୍ତ। ନାୟକ ଭୂମିକାରେ ଅଛନ୍ତି ରାଜ ରାଜେଶ ଓ ଋଷି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ଓ ବନି ଗୌରବ। ଗୀତିକାର ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ କଣ୍ଠଦାନ କରିଛନ୍ତି ବିଶ୍ବଜିତ ଓ ସୋହିନୀ। ଆବାହ ସଙ୍ଗୀତ ଦେଇଛନ୍ତି ନବ ଓ ସରୋଜ ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଶକ୍ତିସ୍ବରୂପ ଦ୍ବିବେଦୀ। ମାନସ କୁମାର ସାହୁ ସମ୍ପାଦନା କରିଛନ୍ତି।

ଏଇ ଚଳଚ୍ଚିତ୍ରର ପ୍ରଚାରପ୍ରସାର ଦାୟିତ୍ବରେ ଅଛନ୍ତି ଓଲିଉଡ୍‌ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ। ଅନୁଭୂତି ଓ ସତ ଭିତରେ ଥିବା ସେଇ ବିଭାଜନ ରେଖାଟିକୁ ସ୍ବୀକାର କରିବା ସହଜ ନୁହେଁ। ସବୁ ଅନୁଭବ ବି ସତ ନୁହେଁ। ସବୁ ସତକୁ ବି ଅନୁଭବ କରିହୁଏନା। ‘ଚକ୍ଷୁ ବନ୍ଧନ’ କେବେ ସତ କେବେ ଭ୍ରମ ଅବା ପ୍ରହେଳିକା। ଏହି ଚଳଚ୍ଚିତ୍ରକୁ ସେନ୍‌ସର ବୋର୍ଡ ସବୁଜ ସଙ୍କେତ ଦେଇଛି। ଅନୀଶ ଏଣ୍ଟର‌୍ଟେନ୍‌ମେଣ୍ଟ୍‌ ବ୍ୟାନର୍ ପ୍ରସ୍ତୁତ ଏଇ ସିନେମାଟି ଏବେ ମୁକ୍ତିଲାଭ ଅପେକ୍ଷାରେ ରହିଛି। ପ୍ରେମ, ପ୍ରଣୟ, ରହସ୍ୟ ଓ ରୋମାଞ୍ଚଭରା ଏହି ଫିଲ୍ମର ପ୍ରାୟ ଦୃଶ୍ୟ ଦାର୍ଜିଲିଂରେ ସୁଟିଂ ହେଇଛି। ଓଡ଼ିଆ ଓ ବଙ୍ଗଳା; ଏଇ ଦ୍ବିଭାଷୀ ଚଳଚ୍ଚିତ୍ରଟି ଗତାନୁଗତିକ ଧାରାରୁ ଭିନ୍ନ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏହାର ପ୍ରଯୋଜକ ତପନ ଦାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe