ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କେଦାର ଗୌରୀ’

Advertisment
ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କେଦାର ଗୌରୀ’

ବିଶ୍ବଜିତ ପଣ୍ଡା ଓ ଅରୁବାବା ମହାନ୍ତଙ୍କ ଚିତ୍ରନାଟ୍ୟ ପ୍ରସ୍ତୁତି ଏବଂ ଚିତ୍ତରଂଜନ ଆଚାର୍ଯ୍ୟଙ୍କ ବ୍ୟବସ୍ଥାପନାରେ ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କେଦାର ଗୌରୀ’। ଚିତ୍ରନାଟ୍ୟ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି ସୁଲଗ୍ନା ମହାନ୍ତି ଏବଂ ସଙ୍ଗୀତରେ ସଜାଉଛନ୍ତି ବିକାଶ ଦାସ। ଡିଓପି ସାଗା ଦେବେନଙ୍କ ତତ୍ତ୍ବାବଧାନରେ ଉକ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ବିଶ୍ବଜିତ ପଣ୍ଡା। ମୁଖ୍ୟ ଚରିତ୍ର ଅର୍ଥାତ୍ କେଦାର ଭୂମିକାରେ ଅସିତ ଏବଂ ଗୌରୀ ଭୂମିକାରେ ଅଛନ୍ତି ବୈଶାଳୀ।

ଓଡ଼ିଶାର ପ୍ରଖ୍ୟାତ କବି ସ୍ବର୍ଗତ ରାଧାନାଥ ରାୟଙ୍କ କବିତା ପୃଷ୍ଠଭୂମିକୁ ଆଧାର କରି ଏଇ ଚଳଚ୍ଚିତ୍ରର କଥାବସ୍ତୁ ପ୍ରସ୍ତୁତ ହେଇଛି। ପୁରୁଣା କାହାଣୀରେ ନୂଆ ରଙ୍ଗ ନେଇ ନିର୍ମାଣ ହେଉଥିବା ଏଇ ଚଳଚ୍ଚିତ୍ରରେ ଷାଠିଏ ଦଶକର ଓଡ଼ିଶାର ଗ୍ରାମୀଣ ଚିତ୍ର ପ୍ରତିଫଳିତ ହେବ। ପ୍ରେମ, ଅନ୍ୟାୟ, ପ୍ରତିଶୋଧ ଏବଂ ପରିଣାମକୁ ନେଇ ପର୍ଯ୍ୟବସିତ ‘କୋଦାର ଗୌରୀ’ର କାହାଣୀ ସାମ୍ପ୍ରତିକ ଜନମାନସକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe