Advertisment

ବଡ଼ଓଷା ଅବସରରେ ଜୀ ସାର୍ଥକରେ ପ୍ରସାରିତ ହେବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ 

Advertisment
ବଡ଼ଓଷା ଅବସରରେ ଜୀ ସାର୍ଥକରେ ପ୍ରସାରିତ ହେବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ 

ବର୍ଷ ଶେଷକୁ ଓଡ଼ିଆ ଦର୍ଶକଙ୍କୁ ପୁଣି ଭେଟି ଦେଉଛି ଜୀ ସାର୍ଥକ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’। ଦେବ ଦେବ ମହାଦେବଙ୍କ ଆଶୀର୍ବାଦରେ ସିନେମାର ନାୟକ କିଭଳି ଜନସେବା କରିପାରୁଛନ୍ତି ଏବଂ ଏଥିରେ ବାଧା ଦେବାକୁ ଗାଁ ଜମିଦାର କିଭଳି ଷଡ୍‌ଯନ୍ତ୍ର ଚଳାଇଛନ୍ତି ସିନେମାରେ ତାହାର ଚମତ୍କାର ଦୃଶ୍ୟାୟନ ହୋଇଛି। କାର୍ତ୍ତିକ ମାସ ବଡ଼ଓଷା ଅବସରରେ ସଂଧ୍ୟା ୬ଟା ୩୦ରେ ଜୀ ସାର୍ଥକରେ ‘ପାରି କରିବେ ଭୋଳା ଶଙ୍କର’ ଚଳଚ୍ଚିତ୍ରଟି ପ୍ରସାରିତ ହେବ। ଏହା ଏକ ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର।

ଗାଁର କାହାଣୀକୁ ନେଇ ଗତିଶୀଳ ହେଇଛି ଏଇ ଚଳଚ୍ଚିତ୍ରର କାହାଣୀ। ନାୟକ ଶଙ୍କରଙ୍କ ଉପରେ ରହିଛି ମହାଦେବଙ୍କ ଆଶୀର୍ବାଦ। ପ୍ରତ୍ୟେକ ସୋମବାରରେ ନାୟକ ଶଙ୍କର ଅଦ୍ଭୁତ ଐଶ୍ୱରୀୟ ଶକ୍ତି ପ୍ରାପ୍ତ ହୁଅନ୍ତି। ଯାହା ସାଧାରଣ ମଣିଷ ଭାବିପାରେନି ତାହା ସେ କରିପାରନ୍ତି। ତେଣୁ ଗାଁର ଛୋଟରୁ ବଡ଼ ସମସ୍ତଙ୍କର ଶଙ୍କର ଅତି ଆପଣାର ହୁଅନ୍ତି। ତେବେ ଶଙ୍କରଙ୍କର ଲୋକପ୍ରିୟତାକୁ ଗାଁ ଜମିଦାର ଅବିନାଶବାବୁ ସହିପାରନ୍ତିନାହିଁ। ଶଙ୍କରଙ୍କର ବିନାଶ ପାଇଁ ଜମିଦାର ବିଭିନ୍ନ ଉପାୟ ଚିନ୍ତା କରନ୍ତି। ଜମିଦାରଙ୍କ ଝିଅ ପ୍ରତ୍ନତତ୍ତ୍ୱରେ ଗବେଷଣାରତ ଥିବାବେଳେ ସେଇ ଆଳରେ ଗାଁ ମନ୍ଦିର ଜମି ହଡ଼ପ କରିବାକୁ ଜମିଦାର ଅବିନାଶ ବାବୁ ଚେଷ୍ଟା କରନ୍ତି। ଯେଉଁଥିରେ ବାଧକ ସାଜନ୍ତି ଶଙ୍କର। ଏଭଳି ଦ୍ବନ୍ଦ୍ବର ପରିଣତି ଶେଷରେ କ’ଣ ହେଉଛି ତାହା ଚଳଚ୍ଚିତ୍ରଟି ଦେଖିଲେ ଜାଣିହେବ।

ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଏହାର ପ୍ରଯୋଜନା ଅଜୟ ରାଉତ କରିଥିବା ବେଳେ କାହାଣୀ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ପାଢ଼ୀ। ଏଥିରେ ନାୟକ ଦୀପକଙ୍କ ବିପକ୍ଷର ନାୟିକା ସାଜିଛନ୍ତି ସସ୍ମିତା। ଏମାନଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ବୀଣା ମହାରଣା ପ୍ରମୁଖ ଭିନ୍ନ ଭୂମିକାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe