ଓଲିଉଡରେ ଆଉ ଜଣେ ନବାଗତ ନାୟକ

Advertisment
ଓଲିଉଡରେ ଆଉ ଜଣେ ନବାଗତ ନାୟକ

ଭୁବନେଶ୍ବର: ଓଲିଉଡରେ ପ୍ରବେଶ କରିଛନ୍ତି ଜଣେ ନୂଆ ନାୟକ, ଯାହାଙ୍କ ନାଆଁ ହେଲା ଓଁକାର। ସେ ଆସୁଛନ୍ତି ଏକ ଜବରଦସ୍ତ ଭୂମିକାରେ। ହଁ, ତାଙ୍କୁ ପ୍ରଥମ ସିନେମାରେ ମିଳିଛି ଡବଲ୍ ରୋଲ୍। ଏଣେ ତାଙ୍କୁ ମିଳିଛି ପୁଲିସ ଏସପିର ଭୂମିକା। ଅବଶ୍ୟ ଓଁକାରଙ୍କର ଏଥିରେ ରୋମାଣ୍ଟିକ୍ ଅବତାର ବି ଅଛି। ଏଠାରେ ଯେଉଁ ନୂଆ ସିନେମାର କଥା କୁହାଯାଉଛି, ତା’ର ଟାଇଟଲ୍ ହେଲା ‘ମନେ ମନେ ମନ ଖୋଜୁଥିଲା’। ‘ମନେ ମନେ ମନ ଖୋଜୁଥିଲା’ର ନିର୍ଦ୍ଦେଶକ ହେଲେ ଏନ୍ ପାଢ଼ୀ। ପ୍ରଭାତୀ ଆଚାର୍ଯ୍ୟ ଏହାର ପ୍ରଯୋଜିକା। ଏହି ସିନେମାର ସଂଳାପ ଲେଖିଛନ୍ତି ଡକ୍ଟର ଦୀପକ ଜେନା ।

publive-image
‘ମନେ ମନେ ମନ ଖୋଜୁଥିଲା’ରେ ନବାଗତ ଓଁକାରଙ୍କ ବିପକ୍ଷରେ ନାୟିକାଭାବେ ନଜର ଆସିବେ ନମ୍ରତା। ‘ଆଖି ଖୋଲିଲେ ତୁ ହି ତୁ’ପରେ ପ୍ରାୟ ଦୁଇ ବର୍ଷ ହେବ ନମ୍ରତା ସିଂହଦେଓଙ୍କୁ କୌଣସି ଓଡ଼ିଆ ସିନେମାରେ ଲିଡ୍ ରୋଲରେ ଦେଖିବାକୁ ମିଳି ନଥିଲା। ହେଲେ ଏବେ ସେ ‘ମନେ ମନେ ମନ ଖୋଜୁଥିଲା’ରେ ଅଭିନୟ କରୁଛନ୍ତି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ,ପ୍ରିୟଙ୍କା, ଅଶ୍ରୁମୋଚନ, ଅଂଜନା ଦାସ ,ପ୍ରତିଭା ପଣ୍ଡା ଡକ୍ଟର ଅନନ୍ତ ଆଚାର୍ଯ୍ୟ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହା ୨୦୧୯ରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe