ଓଲିଉଡରେ ଆଉ ଜଣେ ନୂଆ ନାୟକ, ଜାଣନ୍ତୁ କିଏ ତାଙ୍କର ନାୟିକା

ଓଲିଉଡରେ ଆଉ ଜଣେ ନୂଆ ନାୟକ, ଜାଣନ୍ତୁ କିଏ ତାଙ୍କର ନାୟିକା

ଭୁବନେଶ୍ୱର: ଓଲିଉଡକୁ ଆସୁଛନ୍ତି ଆଉ ଜଣେ ନୂଆ ନାୟକ। ଏହି ନାୟକଙ୍କ ନାଆଁ ହେଲା ଶ୍ରେୟାନ୍‌। ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ଯେଉଁ ସିନେମା ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଉଛନ୍ତି ଶ୍ରେୟାନ୍‌, ତାର ଟାଇଟଲ୍‌ ହେଲା ‘ସେଲ୍‌ଫିସ୍‌ ଦିଲ୍‌’।ଏହି ଫିଲ୍ମରେ ଶ୍ରେୟାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ସୂରମୟୀ।

publive-image

ସୂରମୟୀଙ୍କୁ ପୂର୍ବରୁ ଦର୍ଶକ ‘ଭଲପାଏ ତତେ ୧୦୦ ରୁ ୧୦୦’,‘ଆଖି ଖୋଲିଲେ ତୁ ହି ତୁ’,ଓ ‘ଶକ୍ତି’ ଆଦି ସିନେମାରେ ପାଇଛନ୍ତି। ଏଥିରେ ବିଜୟ ମହାନ୍ତି ବି ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ। ସୌମିତ୍ରୀ ଆଗରୁ ‘ପ୍ରେମର ନିଶା ନିଆରା ନିଆରା’,ଟାଇଟଲ୍‌ରେ ନିର୍ମିତ ଏକ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

‘ସେଲ୍‌ଫିସ୍‌ ଦିଲ୍‌’ଏକ ରୋମାଣ୍ଟିକ୍‌ ସିନେମା।ଏହାର ଗୀତିକାର ହେଲେ ଡ଼ ନିର୍ମଳ ନାୟକ। ‘ସେଲ୍‌ଫିସ୍‌ ଦିଲ୍‌’ ଦର୍ଶକଙ୍କୁ ଆକୃଷ୍ଟ କହୁଛି କି ନା ତାହା ଦେଖିବାକୁ ବାକି ରହିଲା। ତାଛଡ଼ା ନବାଗତ ନାୟକ ଶ୍ରେୟାନ୍‌ ବି ଦର୍ଶକଙ୍କ ଦ୍ୱାରା ଗ୍ରହଣୀୟ ହେଉଛନ୍ତି କି ନା ,ତାହା ସମୟ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe