ଖୁବ୍‌ ଶୀଘ୍ର ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥୀ’

Advertisment
ଖୁବ୍‌ ଶୀଘ୍ର ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥୀ’

କୋଟିପତି ବ୍ୟବସାୟୀ ସତ୍ୟଜିତ ପଟ୍ଟନାୟକଙ୍କର ଏକମାତ୍ର ଅଲିଅଳି ଝିଅ ନେହା। ତାଙ୍କ ଗ୍ରାମଠାରୁ ବହୁଦୂରରେ ଥିବା ଜମିଦାର ଭବାନୀ ଶଙ୍କର ଚୌଧୁରୀଙ୍କ ପୁତୁରା ସହ ନେହାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠେ। ସତ୍ୟଜିତ ଓ ଭବାନୀଙ୍କ ମଧ୍ୟରେ ବନ୍ଧୁତା ହୁଏ। ଏକଦା ନେହା ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ବେହୋସ୍ ହେଇଯା’ନ୍ତି। ତାଙ୍କୁ ହୋସ୍‌କୁ ଆଣିବା ପରେ ସେ ସୁନୟନା ଚରିତ୍ର ବିଷୟରେ କହନ୍ତି। ସୁନୟନା ହେଉଛନ୍ତି ସେହି ଚରିତ୍ର, ଯାହାଙ୍କୁ ଦେଖିବା ପରେ ଗାଁ ଲୋକେ ତାଙ୍କ ଘରେ ନିଆଁ ଲଗାଇ ଦେଉଛନ୍ତି। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟୁଛି। ଏହି ଦୃଶ୍ୟ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି ଭବାନୀବାବୁ। ଏହାପରେ କାହାଣୀରେ ଆସୁଛି ନୂଆମୋଡ଼।

ଏହା ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥୀ’ର ଏକ ସଂକ୍ଷିପ୍ତ କାହାଣୀ, ଯାହାକି ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। କିଛିଦିନ ତଳେ ଏହାର ଅଡିଓ ଓ ଟିଜର ରିଲିଜ୍ ହେଇଯାଇଛି। ଏଥିରେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସୂର୍ଯ୍ୟ ମହାପାତ୍ର ଓ ଯତୀନ୍ଦ୍ର ପ୍ରଧାନ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ, ଳିପ୍ସା, ହ୍ୟୁମ୍ୟାନ୍ ସାଗର ଓ ପ୍ରଭୁ ଦତ୍ତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ। ସଂଳାପ ରଚନା କରିଛନ୍ତି ଅଜୟ ରାଉତ। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ନାୟକ ଓ ଫାଇଟ୍ ନିର୍ଦ୍ଦେଶନା ଦେଇଛନ୍ତି ଶୈଳେନ୍ଦ୍ର ପରିଡ଼ା। ଆର୍ଟମାସ୍ କ୍ରିଏଟିଭସ୍ ପ୍ରାଇଭେଟ ଲିମିଟେଡ୍ ବ୍ୟାନର ନିବେଦିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅଜୟ କୁମାର ରାଉତ। କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅଛନ୍ତି ବିକାଶ ରାଉତ ଓ ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ଜେନା। ନିକଟରେ ଏହାର ଅଡିଓ ଓ ପୋଷ୍ଟର ରିଲିଜ୍ ହେଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe