ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅକ୍ସିଜେନ୍’ର ଶୁଭ ମହୁରତ

Advertisment
ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅକ୍ସିଜେନ୍’ର ଶୁଭ ମହୁରତ

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅକ୍ସିଜେନ୍’ର ଶୁଭ ମହୁରତ ହେଇଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ସମ୍ବିତ ଓ ତମନ୍ନା ଥିବା ବେଳେ ଅନ୍ୟ ଭୂମିକାରେ ବାବୁ ପ୍ରଧାନ, ଟନିଆ, ନିଖିଲେଶ ଘୋଷ, ଉମାକାନ୍ତ ମୁଦୁଲି, କ୍ରିଷ୍ଣା, ଶ୍ରାବଣୀ, ରଶ୍ମି ପାଢ଼ୀ, ସୀମା, ଥିନ୍, କମଲ, ପୃଥ୍ବୀରାଜ, ଡିସ୍କୋ, ପ୍ରସନ୍ନ ସାହୁ, ଜଗନ୍ନାଥ ଏବଂ ଶିଶୁ କଳାକାର ରାଜାଙ୍କୁ ଦେଖିବାକୁ ମିଳିବ। ଏଇ ଚଳଚ୍ଚିତ୍ର ପାଇଁ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ରଶ୍ମିରଂଜନ ପଣ୍ଡା। ଶିବପ୍ରସାଦ ପଣ୍ଡାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ଅକ୍ସିଜେନ୍’ର ନିର୍ଦ୍ଦେଶନା ଦେବେ ପିନୁ ନାୟକ। ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ତପୁ ନାୟକ ଓ ସତ୍ୟରଞ୍ଜନ ବଳ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ସୃଜନ ଫିଲ୍ମସ ଏହାର ପୋଷ୍ଟ ପ୍ରଡକ୍ସନ୍ ଦାୟିତ୍ବ ନେଇଥିବା ବେଳେ କୋରିଓଗ୍ରାଫି କରୁଛନ୍ତି ରାଜେନ୍ଦ୍ର ମହାନ୍ତି ଓ କବୀର।

ସମୟକ୍ରମେ ବନ୍ୟା, ବାତ୍ୟା, ଲଘୁଚାପ, ମରୁଡ଼ି, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବାରେ ଲାଗିଛି। ବିଭିନ୍ନ କାରଣରୁ ବାୟୁ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ହେବାରେ ଲାଗିଛି। ଏମିତି ଦୁର୍ବିପାକ ଲାଗି ରହିଲେ ଆଗକୁ ପୃଥିବୀର ଅବସ୍ଥା କ’ଣ ହେବ? ବୁଦ୍ଧିଜୀବୀମାନେ ଚିନ୍ତା କରୁଛନ୍ତି କ’ଣ ପ୍ରତିକାର କଲେ ଏ ସବୁକୁ ରୋକାଯାଇପାରିବ। ଏଭଳି ସମ୍ବେଦନଶୀଳ ବିଷୟବସ୍ତୁକୁ ଆଧାର କରି ଆର୍‌ପି ପ୍ରଡକ୍ସନ୍‌ସ ବ୍ୟାନର୍‌ରେ ନିର୍ମାଣ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅକ୍ସିଜେନ୍’। ବିଷୟବସ୍ତୁ ଗମ୍ଭୀର ହେଇଥିଲେ ମଧ୍ୟ ଏହାକୁ ଏକ ହାସ୍ୟରସାତ୍ମକ ଶୈଳୀରେ ଅବତାରଣା କରାଯିବ। ସମାଜ ପାଇଁ ବାର୍ତ୍ତା ଯିବ କିନ୍ତୁ ଦର୍ଶକ ଏଥିରୁ ଭରପୂର ମନୋରଂଜନ ପାଇେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe