ଆସୁଛନ୍ତି ଆଉ ଏକ ନୂଆ ଓଲିଉଡ ଯୋଡ଼ି ଏହି ଓଡ଼ିଆ ସିନେମାରେ

Advertisment
ଆସୁଛନ୍ତି ଆଉ ଏକ ନୂଆ ଓଲିଉଡ ଯୋଡ଼ି  ଏହି ଓଡ଼ିଆ ସିନେମାରେ

ଭୁବନେଶ୍ୱର: ଓଲିଉଡରେ ଏବେ ପୁଣି ଏକ ନୂଆ ପେଆର୍‌ଙ୍କୁ ନେଇ ଓଡ଼ିଆ ସିନେମା ନିର୍ମିତ ହୋଇଛି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ତୁ ମୋ’ ହାର୍ଟ ବିଟ୍‌’। ଏଥିରେ ଦର୍ଶକ ଯେଉଁ ନୂଆ ନାୟକଙ୍କୁ ଭେଟିବେ, ତାଙ୍କର ନାଆଁ ହେଲା ରୁଦ୍ରାଂଶ। ଠିକ୍‌ ସେହିପରି ଏହି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଛନ୍ତି ନବାଗତା ମଧୁସ୍‌ପ୍ରିୟା।
ନାୟକ ରୁଦ୍ରାଂଶଙ୍କ ଅନୁଯାୟୀ ସେ ଓଲିଉଡରେ ଭଲ ବ୍ରେକ୍‌ ଅପେକ୍ଷାରେ ଥିଲେ। ତାଙ୍କୁ ‘ତୁ ମୋ’ ହାର୍ଟ ବିଟ୍‌’ ସିନେମାରେ ନିଜ ମନଲାଖି ଭୂମିକାଟିଏ ମିଳିଛି। ଏହା ଏକ ଟିନ୍‌ ଏଜ୍‌ ଲଭଷ୍ଟୋରି ହୋଇଥିଲେ ବି ଏଥିରେ ପ୍ରେମ, ପ୍ରତାରଣ ଓ ପ୍ରତିଶୋଧ ବି କାହାଣୀ ରହିଛି।

ଅପରପକ୍ଷରେ ଏହାର ନାୟିକା ମଧୁସପ୍ରିୟା ମଧ୍ୟ ନିଜର ଭୂମିକାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିରେ ଜଣେ କଲେଜ୍‌ ଛାତ୍ରୀ ଚରିତ୍ରରେ ଅଛନ୍ତି ମଧୁସ୍‌ପ୍ରିୟା।
‘ତୁ ମୋ’ ହାର୍ଟବିଟ୍‌’ର ପ୍ରଯୋଜନା କରିଛନ୍ତି ଲୋକନାଥ ଦାଶ। ଏହାର ନିର୍ଦ୍ଦେଶକ ହେଲେ ଅମର ଅମରେନ୍ଦ୍ର। ଚନ୍ଦ୍ରଶେଖର ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାର ଚିତ୍ରନାଟ୍ୟ ଓ ସଂଳାପକାର ହେଲେ ଜିତେନ୍ଦ୍ର କୁମାର ବରାଳ। ଏହି ନୂଆ ଯୋଡି କମାଲ୍‌ କରୁଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe