‘ପଞ୍ଚାୟତ ପେଞ୍ଚ’ରେ ଛୋଟ ପରଦାକୁ ଆସିବେ ଜୟୀ

‘ପଞ୍ଚାୟତ ପେଞ୍ଚ’ରେ ଛୋଟ ପରଦାକୁ ଆସିବେ ଜୟୀ

ଭୁବନେଶ୍ୱର : ଆସନ୍ତା ୯ ତାରିଖରୁ ନ୍ୟୁଜ୍‌ ଓ୍ଵାର୍ଲଡ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି କମେଡି ଭିତ୍ତିକ କାର୍ଯ୍ୟକ୍ରମ ‘ପଞ୍ଚାୟତ ପେଞ୍ଚ’। ପ୍ରତି ଶୁକ୍ରବାର ରାତି ସାଢ଼େ ୯ଟା ସମୟରେ ଅଧ ଘଣ୍ଟା ପାଇଁ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ। କମେଡି କିଙ୍ଗ ଜୟୀରାମ ସାମଲଙ୍କ ସହିତ ସମସାମୟିକ ସିନେମା ଓ ଉପସ୍ଥାପକ ପ୍ରଜ୍ଞାରଂଜନ ଖଟୁଆ ଓ ଶଙ୍କର୍ଷଣ ପ୍ରଧାନ ଏହାର ମୁଖ୍ୟ ଆକର୍ଷଣ ରହିବେ।

ଆଜି ଓୟୁଜେ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟୁଜ୍‌ ଓ୍ଵାର୍ଲଡ ଓଡ଼ିଶାର ମୁଖ୍ୟ ସଂପାଦକ ଭକ୍ତ ତ୍ରିପାଠୀ କହିଲେ, ପଞ୍ଚାୟତ ପେଞ୍ଚ ଏକ କମେଡିଭିତ୍ତିକ କାର୍ଯ୍ୟକ୍ରମ। ପଞ୍ଚାୟତସ୍ତରରେ ଗାଁ ଗହଳିରେ ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ହାସ୍ୟରସାତ୍ମକ ଢଙ୍ଗରେ ପରିବେଷଣ କରାଯିବ। କାର୍ଯ୍ୟକ୍ରମରେ ଜୟୀ ସରପଞ୍ଚ ଭୂମିକାରେ ଆସୁଥିବା ବେଳେ ଗାଁର ଦୁଇ ଚରିତ୍ର ଭାବେ ନଜରକୁ ଆସିବେ ପ୍ରଜ୍ଞା ଓ ଶଙ୍କର। ପ୍ରଜ୍ଞା ଓ ଶଙ୍କର ଗାଁର ସମସ୍ୟା ନେଇ ସରପଞ୍ଚ ପାଖକୁ ଆସିବେ ଓ ବେଶ ନାଟକୀୟ ଢଙ୍ଗରେ ତାହାର ସମାଧାନର ବାଟ ଦେଖାଇବେ ଜୟୀ। ବିଭିନ୍ନ ଗଣମାଧ୍ୟମରେ ଏବେ ପ୍ରସାରିତ ବିଭିନ୍ନ କମେଡି ଭିତ୍ତିକ କାର୍ଯକ୍ରମ ଦୃଷ୍ଟିରୁ ପଞ୍ଚାୟତ ପେଞ୍ଚ ନିଆରା ହେବ ବୋଲି ଶ୍ରୀ ତ୍ରିପାଠୀ ଆଶା ପ୍ରକାଶ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୟୀରାମ ସାମଲ, ପ୍ରଜ୍ଞାରଂଜନ ଖଟୁଆ ଓ ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe