କପିଲଙ୍କ ସୋ’ର ଏପରି ଭାବପ୍ରବଣତା ଭରା ପ୍ରମୋସ୍‌ନାଲ୍‌ ଭିଡିଓ ପ୍ରକାଶ କଲା ସୋନି ଟିଭି

Advertisment
କପିଲଙ୍କ ସୋ’ର ଏପରି ଭାବପ୍ରବଣତା ଭରା ପ୍ରମୋସ୍‌ନାଲ୍‌ ଭିଡିଓ ପ୍ରକାଶ କଲା ସୋନି ଟିଭି

ମୁମ୍ବାଇ: ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଛି ‘କପିଲ୍‌ ଶର୍ମା ସୋ ସିଜିନ୍‌-୨’। ଲୋକପ୍ରିୟ କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ସୋ’ ଟିଭିରେ ଚାଲିଲା ବେଳେ ଅଧାରୁ ଅଧିକାଂଶ ଲୋକ କାମ ଛାଡ଼ି ଟିଭି ଆଗରେ ବସି ପଡ଼ନ୍ତି। ତେବେ, ଏହି ସୋ’ ପାଇଁ ସୋନି ଟିଭି ପକ୍ଷରୁ ଏକ ଭାବପ୍ରବଣ ଭରା ପ୍ରମୋସ୍‌ନାଲ୍‌ ଭିଡିଓ ପ୍ରସ୍ତୁତ କରାଯାଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ କପିଲଙ୍କ ସୋ’ ଆରମ୍ଭ ହେଲେ ଜେଜେ-ନାତି ଏକତ୍ର ଦିଶନ୍ତି, ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ଲୋକେ ଏକାଠି ବସନ୍ତି, ପରିବାର ଭିତରେ ହସର ଲହରୀ ଖେଳେ, ହସି ହସି ରୋଗୀକୁ ଉପଶମ ମିଳୁଥିବା ବେଳେ ରାସ୍ତାଘାଟ ସବୁଠି ଦିଶେ କପିଲଙ୍କ ସୋ’ର ପ୍ରଭାବ।

ସୋନି ଟିଭି ପକ୍ଷରୁ କପିଲଙ୍କ ସୋ’ର ଏକ ପୋଷ୍ଟର ଜାରି କରାଯାଇ ଜଲ୍‌ଦ ହସାୟେଙ୍ଗେ ବୋଲି ଲେଖାଯାଇଛି। ତାହାକୁ ଟୁଇଟ୍‌ କରି ଟୁଇଟର୍‌ରେ ଲେଖାଯାଇଛି ଯେ ‘ପୂରା ଦେଶକୁ ଏକା ସହ ହସାଇବାକୁ ଆସୁଛି। କେବଳ ସୋନି ଟିଭିରେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe