ଜୀ-ସାର୍ଥକର ନୂଆ ଟ୍ୟାଗଲାଇନ୍ ‘ରଚିବା ନୀତି କାଲିର ଭିତ୍ତି’

ଜୀ-ସାର୍ଥକର ନୂଆ ଟ୍ୟାଗଲାଇନ୍ ‘ରଚିବା ନୀତି କାଲିର ଭିତ୍ତି’

ଭୁବନେଶ୍ବର : ଓଡ଼ିଶାର ଅନ୍ୟତମ ପ୍ରମୁଖ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଆରମ୍ଭ କରିଛି ତା’ର ନୂତନ ଟ୍ୟାଗଲାଇନ୍ ‘ରଚିବା ନୀତି କାଲିର ଭିତ୍ତି’ ଅର୍ଥାତ ‘ଆସନ୍ତାକାଲିର ମୂଳଦୁଆ ପକାଇବା, ସବୁଦିନ’।

ନୂଆ ଟ୍ୟାଗଲାଇନ୍ ଉପରେ ମନ୍ତବ୍ୟ ଦେଇ ଚ୍ୟାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ସମ୍ରାଟ ଘୋଷ, ଇଷ୍ଟ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ କହିଛନ୍ତି, ଆମର ନୂଆ ଟ୍ୟାଗଲାଇନକୁ ଆଧାର କରି ଆବଶ୍ୟକୀୟ ଏବଂ ପ୍ରେରଣାଦାୟକ ବିଷୟବସ୍ତୁ ସୃଷ୍ଟି କରିବାକୁ ଆମର ନିରନ୍ତର ପ୍ରୟାସ ଜାରି ରହିବ। ସେହିଭଳି ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି, ପ୍ରଥମରୁ ଆମେ ଆମର ଦର୍ଶକମାନଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ସେମାନଙ୍କ ମନୋରଞ୍ଜନ ଜାରି ରଖିଛୁ। ଏହି ଅଭିଯାନର ଏକ ଅଂଶ ଭାବରେ, ‘ଲ ଆଣ୍ଡ କେନେଥ ସାଟ୍‌ଚି ଆଣ୍ଡ ସାଟ୍‌ଚି’ ଚିନ୍ତାଧାରା ଦ୍ବାରା ତିଆରି ହୋଇଥିବା ଏହି ଟ୍ୟାଗଲାଇନକୁ ଜୀ-ସାର୍ଥକ ଏକ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଇବାକୁ ଘୋଷଣା କରିଛି। ଚ୍ୟାନେଲର ବ୍ରାଣ୍ଡ୍‌କୁ ପ୍ରୋତ୍ସାହିତ କରିବା ପାଇଁ ସଂଗୀତ ନିର୍ଦ୍ଦେଶକ ଇନ୍ଦ୍ରଦୀପ ଦାସଗୁପ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ, ସୂର୍ଯ୍ୟ ମହାପାତ୍ରଙ୍କ ଦ୍ୱାରା ରଚିତ ଓ ଅନ୍ତରା ମିତ୍ର ଗାଇଥିବା ଏକ ଗୀତ ସହିତ ଏହି ଅଭିଯାନକୁ ଆଗକୁ ନେବାପାଇଁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe