ଦିନେ ଷ୍ଟେଜ ସଫା କରୁଥିଲେ,ଏବେ ବିଚାରପତିଙ୍କୁ କନ୍ଦାଇଦେଲେ

ଏମିତି ଜଣେ ଏକଲବ୍ୟ, ବିଚାରପତିଙ୍କ କଥା ଶୁଣି ଶୁଣି ଶିଖିଲେ ସଂଗୀତ

ଦିନେ ଷ୍ଟେଜ ସଫା କରୁଥିଲେ,ଏବେ ବିଚାରପତିଙ୍କୁ କନ୍ଦାଇଦେଲେ

photo-sony tv

ମୁମ୍ବାଇ: ସୁପରହିଟ ଶୋ 'ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୨' ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଛି | ନିକଟରେ ରିଲିଜ୍ ହୋଇଥିବା ସୋ’ର ପ୍ରମୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏଥର ସିଜନରେ, ଏମିତି ଜଣେ ପ୍ରତିଯୋଗୀ ଆସିବାକୁ ଯାଉଛନ୍ତି, ଯାହାଙ୍କର କାହାଣୀ ଶୁଣି ବିଚାରପତିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଏହି ବର୍ଷ ଏହି ଶୋ’ରେ ଯୁବରାଜ ନାମକ ପ୍ରତିଯୋଗୀ ନଜର ଆସିବେ | ଆଉ ଯୁବରାଜଙ୍କ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ | ଯୁବରାଜ ପୂର୍ବରୁ ଏହି ସୋ ସହ ଜଡିତ ଥିଲେ | କିନ୍ତୁ କଣ୍ଠଶିଳ୍ପୀ ଭାବେ ନୁହେଁ ବରଂ ଜଣେ କ୍ରୁ ମେମ୍ବର ଭାବରେ କାମ କରନ୍ତି |


ସେ ଷ୍ଟେଜକୁ ପ୍ରତିଦିନ ସଫା କରନ୍ତି | ଷ୍ଟେଜ ପଛରେ ରହୁଥିବା ଏହି ଯୁବକ ଜଣକ ଏଥର ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି | ଯିଏ ନିଜ ଗୀତରେ ସମସ୍ତ ବିଚାରପତିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ବଡ କଥା ଯେ ଯୁବରାଜ କୌଣସି ସଂଗୀତ ଶିକ୍ଷା ନେଇନାହାନ୍ତି ବରଂ ପୂର୍ବ ଏପିସୋଡର ପ୍ରତିଯୋଗୀଙ୍କୁ ବିଚାରପତି ଯାହା ପରାମର୍ଶ ଦେଇଛନ୍ତି ତାହାକୁ ମନେ ରଖି ସଂଗୀତ ଶିଖିଛନ୍ତି |

ଆଉ ଯୁବରାଜ ମଞ୍ଚକୁ ଆସିବା ମାତ୍ରେ ସମସ୍ତ ବିଚାରପତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁବରାଜ ଏଠାରେ ଗୀତ ଗାଇବାକୁ ଯାଉଛନ୍ତି ବୋଲି ତାଙ୍କର ଆଦୌ ଧାରଣା ନଥିଲା। ସେ ଏକ ମରାଠୀ ଗୀତ ଗାଇଥିଲେ। ତାଙ୍କର ସ୍ୱର ଏତେ ସୁନ୍ଦର ଥିଲା ଯେ ତିନି ବିଚାରପତି ବିଶାଲ, ନେହା ଏବଂ ହିମେଶଙ୍କ ଆଖିରେ ଲୁହ ଆସିଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe