‘ମଞ୍ଜରୀ’ର ପୂଜା ଉପହାର: ଅକ୍ଟୋବରରେ ଦର୍ଶକଙ୍କ ମନ ମୋହିବ ନୂଆ ମେଗାଧାରାବାହିକ ‘ସୁନା ଫରୁଆ’

Advertisment
‘ମଞ୍ଜରୀ’ର ପୂଜା ଉପହାର: ଅକ୍ଟୋବରରେ ଦର୍ଶକଙ୍କ ମନ ମୋହିବ ନୂଆ ମେଗାଧାରାବାହିକ ‘ସୁନା ଫରୁଆ’

ଭୁବନେଶ୍ବର:  ଓଡ଼ିଆ ଏଣ୍ଟରଟେନମେଣ୍ଟ ଚ୍ୟାନେଲ ‘ମଞ୍ଜରୀ’ ଚଳିତ ଅକ୍ଟୋବରରେ ନିଜ ନୂଆ ମେଗା ଧାରାବାହିକ ‘ସୁନା ଫରୁଆ’ର ପ୍ରସାରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଧାରାବାହିକର ପ୍ରଥମ ପ୍ରୋମୋ ୟୁଟ୍ୟୁବରେ ରିଲିଜ ହୋଇସାରିଛି । ମେଗା ଧାରାବାହିକ ‘ସୁନା ଫରୁଆ’ର କାହାଣୀ ଏକ ଅଲୌକିକ, କାଳ୍ପନିକ ଓ ରହସ୍ୟମୟ କଥାବସ୍ତୁ ଉପରେ ଆଧାରିତ । ଏଥିରେ ଓଲିଉଡର ନାମୀଦାମୀ ଅଭିନେତ୍ରୀ ଉଷସୀ ମିଶ୍ର ଓ ନୈନା ଦାସ ତିୱାରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାର କାହାଣୀ ମୁଖ୍ୟତଃ ଅମର ପ୍ରେମ ଓ ପ୍ରତିଶୋଧ ଉପରେ ଆଧାରିତ । ପାରିବାରିକ କଥାବସ୍ତୁ ଉପରେ ପର୍ଯ୍ୟବସିତ ଏହି କାହାଣୀରେ ଅତୀତର ଅନେକ ରହସ୍ୟକୁ ଅନ୍ମୋଚନ କରିବା ସହ ଭଲ ଏବଂ ମନ୍ଦ ଭିତରେ ଥିବା ନିରନ୍ତର ସଂଗ୍ରାମକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି ।

ଓଡ଼ିଶାର ପ୍ରମୁଖ ପ୍ରଡକ୍ସନ ହାଉସ ଭି.କେ ପ୍ରଡକ୍ସନ ଏହି ଉଚ୍ଚକୋଟିର ଧାରାବାହିକ ପ୍ରସ୍ତୁତ କରିଛନ୍ତି ।

ମଞ୍ଜରୀ ଟିଭି ସବୁବେଳେ ସମସ୍ତ ସମ୍ପର୍କକୁ ଆକର୍ଷଣୀୟ ଓ ନୂଆ ଢଙ୍ଗରେ ପରିବେଷଣ କରିଆସିଛି । ଧାରାବାହିକରେ ନାରୀଚରିତ୍ରକୁ ସବୁବେଳେ ଚିରାଚରିତ ଧାରାଠାରୁ ଭିନ୍ନଭାବେ ଦର୍ଶାଇଛି ।

‘ସୁନା ଫରୁଆ’ ‘ମଞ୍ଜରୀ’ ଚାନେଲର ୬ଷ୍ଠ ମେଗା ଧାରାବାହିକ ଏବଂ ଏହା ଚାନେଲରେ ପ୍ରସାରିତ ହେଉଥିବା ଅନ୍ୟ ଧାରାବାହିକମାନଙ୍କ ଠାରୁ ଭିନ୍ନ ।

‘ମଞ୍ଜରୀ’ରେ ପ୍ରସାରିତ ମେଗା ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’, ‘ନଣନ୍ଦ ପୁଟୁଳି’, ‘ସିଂହଦ୍ୱାର’, ‘ରକ୍ତ ସମ୍ପର୍କ’ ଏବଂ ‘ବୋହୂ ଆମର ଏନଆରଆଇ’ ଦର୍ଶକଙ୍କ ମନ ମୋହୁଥିବା ବେଳେ ‘ସୁନା ଫରୁଆ’କୁ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ମେଗା ଧାରାବାହିକ ବ୍ୟତୀତ ମଞ୍ଜରୀରେ ଗେମ୍ ରିଆଲିଟି ଶୋ’ ‘ଭାଉଜ ନମସ୍କାର’, ‘ମ୍ୟୁଜିକ ମାଫିଆ’, ‘ହେଲୋ ହାଏ ନମସ୍କାର’, ‘ଦିବ୍ୟଚେତନା’, ‘ଶ୍ରୀମଦ ଭାଗବତ କଥା’ ପ୍ରସାରିତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe