ଆସୁଛନ୍ତି ଓଲିଉଡକୁ ଏହି ନବାଗତ ନାୟକ

Advertisment
ଆସୁଛନ୍ତି ଓଲିଉଡକୁ ଏହି ନବାଗତ ନାୟକ

ଭୁବନେଶ୍ୱର: ଓଲିଉଡ଼୍‍ରେ ଏବର୍ଷ ଜଣେ ନବାଗତ ନାୟକଙ୍କୁ ଅତି କମ୍‌ରେ ଦୁଇଟି ଓଡ଼ିଆ ଛବିରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏହି ନ୍ୟୁକମର ହିରୋ ଜଣକ ହେଲେ ଆର୍ଯ୍ୟନ୍‌ ଦାଶ କୁମାର।
ଆର୍ଯ୍ୟନ୍‌ ସଂପ୍ରତି ଗୋଟିଏ ଓଡ଼ିଆ ସିନେମାର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି,ତେଣେ ଅନ୍ୟ ଏକ ଛବିର ସୁଟିଂ ବି କରିଛନ୍ତି।ଏଠାରେ ଯେଉଁ ଦୁଇଟି ଓଡ଼ିଆ ଛବିର କଥା କୁହାଯାଉଛି,ତାହା ହେଲା‘ଯୋଗୀ’ ଓ ‘ଯୋଉଠି ଥିଲେ ବି ତୁ ମୋର’।
ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିଂରଜନ ବେହେରାଙ୍କ ନିର୍ଦ୍ଦେଶିତ ‘ଯୋଗୀ’ରେ ଆର୍ଯ୍ୟନଙ୍କୁ ମିଳିଛି ଏକ ରାଜନୈତିକ ପରିବାରର ଦାୟଦ ଭୂମିକା।ଏଥିରେ ଦର୍ଶକ ତାଙ୍କୁ ଭେଟିବେ ଜଣେ କଲେଜ ଛାତ୍ର ଭୂମିକାରେ ।ଏହି ଫିଲ୍ମରେ ଆର୍ଯ୍ୟନ୍‌ଙ୍କ ବିପକ୍ଷରେ ଅଛନ୍ତି ଜଣେ ନବାଗତା ନାୟିକା ନିକିତା।‘ଯୋଗୀ’ର ମୁଖ୍ୟତଃ ଆର୍ଯ୍ୟନ୍‌ଙ୍କୁ ରୋମାନ୍‌ସ କରୁଥିବାର ଦେଖିବାକୁ ମିଳିବ।

publive-image
ଅପରପକ୍ଷରେ ସେ ଅର୍ଯ୍ୟନ୍‌ ସିନେମା ‘ଯୋଉଠି ଥିଲେ ବି ତୁ ମୋର’ରେ ଜଣେ ଯୁବ-ବ୍ୟବସାୟୀ ଭୂମିକାରେ ନଜର ଆସିବେ। ଶ୍ରୀକାନ୍ତ ଗୌତମ୍‌ ଏହାର ନିର୍ଦ୍ଦେଶକ। ଏଥିରେ ବି ତାଙ୍କର ରୋମାଣ୍ଟିକ୍‌ ରୋଲ୍‌ ରହିଛି,ହେଲେ ତାହା ଟିକେ ଭିନ୍ନ ଧରଣର, ଯାହାକୁ ଖୁଲାସା କରିବାକୁ ଚାହୁଁ ନାହାନ୍ତି ଆର୍ଯ୍ୟନ୍‌।ଏହି ସିନେମାରେ ଆର୍ଯ୍ୟନ୍‌ ଦାଶ କୁମାରଙ୍କ ନାୟିକା ହେଲେ ରୀୟା ଦେ। ରୀୟା ଓଲିଉଡ଼୍‍ର ଜଣେ ନାମୀ ନାୟିକା। ରୀୟାଙ୍କ ସହିତ କାମ କରି ସେ ଖୁବ୍‌ ଖୁସି ଅଛନ୍ତି ବୋଲି କହନ୍ତି ଆର୍ଯ୍ୟନ୍‌ ଦାଶ କୁମାର।
ଆର୍ଯ୍ୟନ୍‌ ଦାଶ କୁମାର ଧୀରେ ଧୀରେ ସଫଳତାରେ ବିଶ୍ୱାସ କରନ୍ତି। ଏଣୁ ସେ ତରବରିଆ ଭାବେ ଫିଲ୍ମ ସାଇନ୍‌ କରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe