ଓଲିଉଡର ନୂଆ ନାୟକ ସାଜନ୍‌ ହେଉଛନ୍ତି ଏହି ନିର୍ଦ୍ଦେଶକଙ୍କ ପୁଅ

ଓଲିଉଡର ନୂଆ ନାୟକ ସାଜନ୍‌ ହେଉଛନ୍ତି ଏହି ନିର୍ଦ୍ଦେଶକଙ୍କ ପୁଅ

ଭୁବନେଶ୍ୱର: ନାୟକର ନାମ ରାମ। ସେ ଜଣେ ସାଧାରଣ ଯୁବକ।କିନ୍ତୁ ସହରରେ ଚାଲେ ଜଣେ ଅଣ୍ଡର ଓ୍ଵାର୍ଲଡ଼ ଡ଼ନ୍‌ର ରାଜ୍‌।ସେହି ଡ଼ନ୍‌କୁ ଟକ୍‌କର ଦେବା ଲାଗି ରାମ ଆଗେଇବା ପାଏ । ତାକୁ ଭରସା ଦିଅନ୍ତି ଜଣେ ମନ୍ତ୍ରୀ ଓ ତାପରେ ସେ ସେହି ମାର୍ଗରେ ଅଗ୍ରସର ହୁଏ।ହେଲେ କିଛି ଦିନ ଭିତରେ ସାଧାରଣ ଯୁବକ ରାମ ନିଜକୁ ସହରର ଡ଼ନ୍‌ ବୋଲି ଘୋଷଣା କରେ।ଏହାପରେ ପ୍ରକୃତ ଡ଼ନ୍‌ର ଅବସ୍ଥା କ’ଣ ହୁଏ? ରାମ ସାଧାରଣ ଯୁବକରୁ ଡ଼ନ୍‌ ବନିଯିବା ପରେ ତା’ର ଜୀବନର ଗତିପଥ କିପରି ବଦଳିଯାଏ,ତାହାକୁ ନେଇ ଏକ ନୂଆ ଓଡ଼ିଆ ସିନେମାର କାହାଣୀ ଗତିଶୀଳ ହୋଇଛି। ତା’ ଭିତରେ ରାମ ଜଣେ ଯୁବତୀ କୁ ଭଲ ପାଇ ବସିଛି। ଉଭୟଙ୍କର ରୋମାନ୍‌ସ ବି ରହିଛି ଏହି ଓଡ଼ିଆ ସିନେମାରେ।

ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି,ତାହାର ଟାଇଟଲ୍‌ ହେଲା‘ ରାମ ନାମ୍‌ ସତ୍ୟ ହେ’ ।ଏହି ଫିଲ୍ମର ନାୟକ ରାମ ଭୂମିକାରେ ଅଛନ୍ତି ଜଣେ ନବାଗତ।ସେ ହେଲେ ସାଜନ୍‌।ପ୍ରକୃତ ନାମ ସାଜନ୍‌ ବିଶ୍ୱାଳ। ସାଜନ୍‌‘ରାମ ନାମ୍‌ ସତ୍ୟ ହେ’ଫିଲ୍ମ ଜରିଆରେ ଦମ୍‌ଦାର୍‌ ଡ଼େବ୍ୟୁ କରୁଛନ୍ତି। ସାଜନ୍‌ଙ୍କ ବିପକ୍ଷରେ ଏଥିରେ ନବାଗତା ନମିତା ଅଛନ୍ତି ଫିମେଲ୍‌ ଲିଡ଼୍‍ରେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବାବୁ ପ୍ରଧାନ,ବ୍ରଜ ସିଂହ,ସଂଗ୍ରାମ ବିଶ୍ୱାଳ,ସଲିଲ୍‌ ମିତ୍ର ,ବାପି ରାୟ ଏବଂ କାଳିଆ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।ଏହାର ନିର୍ଦ୍ଦେଶକ ହେଲେ ଜିତୁ ରାଉତ। ସେ ଏହାର କାହାଣୀ ,ଚିତ୍ରନାଟ୍ୟ ଏବଂ ପ୍ରଯୋଜନା ଦାୟିତ୍ୱରେ ବି ଅଛନ୍ତି ।

publive-image photo-sangram biswal

ଏହି ଫିଲ୍ମର ନାୟକ ସାଜନ୍‌ଙ୍କ ଅନ୍ୟ ଏକ ପରିଚୟ ହେଲା ଯେ,ସେ ହେଲେ ଓଲିଉଡ଼୍‍ର ପ୍ରଖ୍ୟାତ ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳଙ୍କ ସୁପୁତ୍ର। ସଂଗ୍ରାମ ବିଶ୍ୱାଳ ରଖିଲେ ଶିବ ମାରିବ କିଏ,ରାମ ଲକ୍ଷ୍ମଣ,ସକଳ ତୀର୍ଥ ତୋ’ ଚରଣେ,ଧର୍ମନିକିତି,ବିଧାତା,ମହାସଂଗ୍ରାମ, ତୋ’ ଆଖି ମୋ’ ଆଇନା,ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ୍‌ ଟୁକ୍‌ ଟୁକ୍‌ ସାଧବ ବୋହୁ ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି। ସଂଗ୍ରାମଙ୍କ ପୁଅ ସାଜନ୍‌ ନାୟକଭାବେ ଓଲିଉଡ଼୍‍ରେ ଏକ ଲମ୍ବା ଇନିଂସ ଖେଳିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe