ଆର ବର୍ଷ ଆସିବେ ଏହି ଓଲିଉଡ ଯୋଡି

ଆର ବର୍ଷ ଆସିବେ ଏହି ଓଲିଉଡ ଯୋଡି

ଭୁବନେଶ୍ୱର: ଓଲିଉଡ୍‌ ରେ ଅନେକ ସମୟରେ ନୂଆ ଯୋଡିଙ୍କର ଆବିର୍ଭାବ ଘଟୁଛି। ଏକ ନୂଆ ଯୋଡିକୁ ଦର୍ଶକ ଆର ବର୍ଷ ଦେଖିବାକୁ ପାଇବେ । ଅବଶ୍ୟ ଏଥିରୁ ନାୟକ ନୂଆ ହେଲେ ନାୟିକା ଟିକେ ଚିହ୍ନା । ଏଠାରେ ଯେଉଁ ସିନେମାର କଥା କୁହାଯାଉଛି ତାହା ହେଲା‘ବେଷ୍ଟ୍‍ ଅଫ୍‌ ଲକ୍‌ ’।ଏହି ଯୋଡି ହେଲେ ବରଦାପ୍ରସନ୍ନ ଜେନା-ସୁଶ୍ରୀ।

ମନୋରଞ୍ଜନ ଫିଲ୍ମସ୍‌ ଏଣ୍ଡ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟାନରରେ ନିର୍ମିତ ଏହି ସିନେମାରେ ନବାଗତ ବରଦାପ୍ରସନ୍ନ ଜେନା ନାୟକ ଭୂମିକାରେ ଅବତୀର୍ଣ ହୋଇଛନ୍ତି ଏବଂ ସୁଶ୍ରୀ ନାୟିକା ସାଜିଛନ୍ତି। ଏତଦବ୍ୟତୀତ ଅସିତ ପତି , ପୀୟୁଷ ଏବଂ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି । ଆସିବୁ କେବେ ସାଜି ମୋ ରାଣୀ, ମୁଁ ଦିଓ୍ଵାନା ତୋ ପାଇଁ , ସାହିତ୍ୟ ଦିଦି, ଆଦିର ନିର୍ଦେଶନା ଦେଇଥିବା ମନୋରଞ୍ଜନ ପାଲ୍‌ ଏହି ସିନେମାର ନିର୍ଦ୍ଦେଶକ ।

publive-image

ଜଣାଶୁଣା ସଂଳାପକାର ଡ଼ ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ଲୋକପ୍ରିୟ ସଂଗୀତକାର ଦୀପକ କୁମାର ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଏହାର ପୋଷ୍ଟ ପ୍ରଡକସନ୍‌ କାମ ସରିଛି ଏବଂ ଆର ବର୍ଷ ରିଲିଜ୍‌ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe