ନ୍ୟୁଜ୍‌ ରିଲ୍‌: ଶ୍ରୀଦେବୀଙ୍କ ତୃତୀୟ କନ୍ୟା!

Advertisment
ନ୍ୟୁଜ୍‌ ରିଲ୍‌: ଶ୍ରୀଦେବୀଙ୍କ ତୃତୀୟ କନ୍ୟା!

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ତାଙ୍କର ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି କପୁରଙ୍କର କେତେ ନିକଟତର ଥି‌ଲେ ତାହା କହିବା ଅନାବଶ୍ୟକ। ତେବେ ଆପଣ ହୁଏତ ଜାଣିଥିବେ ଯେ ଶ୍ରୀଦେବୀ ଜଣେ ଅଭିନେତ୍ରୀଙ୍କୁ ନିଜର ତୃତୀୟ ଝିଅ ବୋଲି କହୁଥିଲେ। ସେ ଅଭିନେତ୍ରୀ ଜଣକ ହେଉଛନ୍ତି ସେଜଲ୍‌ ଅଲ୍ଲୀ।

୨୦୧୭ ମସିହାରେ ‘ମମ୍‌’ ଫିଲ୍ମର ପ୍ରମୋସନ୍‌ ସମୟରେ ପରଦ‌ାରେ ତାଙ୍କ ଝିଅ ଭୂମିକା ନିଭାଇଥିବା ସେଜଲ୍‌ଙ୍କ ପ୍ରସଂଗରେ ସେ କହିଥିଲେ, ‘‘ସେଜଲ୍ ମୋର ତୃତୀୟ ଝିଅ ପରି। ଏବେ ମୋତେ ଲାଗୁଛି ମୋର ଆଉ ଜଣେ ଝିଅ ଅଛି।’’ ସେହିପରି ଶ୍ରୀଦେବୀଙ୍କ ପରଲୋକ ପରେ ସେଜଲ୍‌ ଖୁବ୍‌ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ, ‘‘ମୁଁ ଏବେ ବିଷାଦଗ୍ରସ୍ତ। ମୋତେ ଲାଗୁଛି ମୁଁ ପୁଣି ଥରେ ମୋ ମାଆଙ୍କୁ ହରାଇଦେଲି।’’ ଉଲ୍ଲେଖଯୋଗ୍ୟ, ସେଜଲ୍‌ଙ୍କ ନିଜ ମାଆଙ୍କର ୨୦୧୭ ମସିହାରେ କର୍କଟ ରୋଗରେ ମୃତ୍ୟୁ ଘଟିଥିଲା। ନିକଟରେ ସେଜଲ୍‌ ଗଣମାଧ୍ୟମରେ ଏକଥା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe