ନ୍ୟୁଜ୍‌ ରିଲ୍‌: ୧୦ ନବ‌ାଗତଙ୍କ ସହ ଫେରୁଛନ୍ତି ଅମୀର

ଅଧିକାଂଶ ସମୟରେ କାହାଣୀ ଓ ଚରିତ୍ରକୁ ନେଇ ପରୀକ୍ଷାନିରୀକ୍ଷା କରିଥାଆନ୍ତି ଅମୀର୍ ଖାନ୍। ସଂପ୍ରତି ନିଜର ନୂଆ ଚଳଚ୍ଚିତ୍ରରେ ୧୦ଜଣ ନବ‌ାଗତଙ୍କୁ ପରଦାକୁ ଆଣିବା ନେଇ ଚର୍ଚ୍ଚାରେ ଅଛନ୍ତି ପରଫେକ୍‌ସନିଷ୍ଟ୍ ଅମୀର୍।

hfhfbvvb

ଅଧିକାଂଶ ସମୟରେ କାହାଣୀ ଓ ଚରିତ୍ରକୁ ନେଇ ପରୀକ୍ଷାନିରୀକ୍ଷା କରିଥାଆନ୍ତି ଅମୀର୍ ଖାନ୍। ସଂପ୍ରତି ନିଜର ନୂଆ ଚଳଚ୍ଚିତ୍ରରେ ୧୦ଜଣ ନବ‌ାଗତଙ୍କୁ ପରଦାକୁ ଆଣିବା ନେଇ ଚର୍ଚ୍ଚାରେ ଅଛନ୍ତି ପରଫେକ୍‌ସନିଷ୍ଟ୍ ଅମୀର୍। ବ୍ୟବସାୟ ଦୃଷ୍ଟିରୁ ନିର୍ଦ୍ଦେଶକମାନେ ନିଜ ଫିଲ୍ମରେ ଷ୍ଟାର୍‌କିଡ୍‌ଙ୍କୁ ସୁଯୋଗ ଦେଉଥିବା ବେଳେ ଅମୀର୍ କିନ୍ତୁ ସିନେଶିଳ୍ପ ସହ ସଂପର୍କ ନଥିବା୧୦ଜଣ ପ୍ରତିଭାବାନ୍‌ ଯୁବ କଳାକାରଙ୍କୁ ଲଞ୍ଚ୍ କରୁଛନ୍ତି। ଅମୀର୍‌ଙ୍କ ନୂଆ ଛବି ‘ସିତାରେ ଜମିନ୍ ପର୍’ର ନିକଟରେ ଫାଷ୍ଟ୍‌ ଲୁକ୍‌ ରିଲିଜ୍‌ ହେବାପରେ ଏକଥା ସାମ୍ନାକୁ ଆସିଛି। ଏହି ଫିଲ୍ମ ଘୋଷଣା ହେବା ପର ଠାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ‘ସିତାରେ ଜମିନ୍ ପର୍’ ଅମୀର୍‌ଙ୍କ ୨୦୦୭ର ସୁପର୍‌ହିଟ୍ ଫିଲ୍ମ ‘ତାରେ ଜମିନ୍ ପର୍’ର ସ୍ପିରିଚୁଆଲ୍ ସିକ୍ୱେଲ୍ ବୋଲି ଜଣାପଡ଼ିଛି।

ଫିଲ୍ମଟି ଜୁନ୍ ୨୦ରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ। ପ୍ରଥମ ପୋଷ୍ଟର୍‌ରେ ଅମୀର ଏକ ଚେୟାର୍‌ରେ ବସିଥିବା ବେଳେ ବାକି ୧୦ଜଣ ନବାଗତ ତାଙ୍କ ପଛରେ ଠିଆ ହୋଇଥିବା ଦେଖାଯାଇଛି। ଅମୀର୍‌ଙ୍କ ପ୍ରଯୋଜନା ସଂସ୍ଥା ଆରୁଷ ଦତ୍ତ, ଗୋପୀକୃଷ୍ଣ ବର୍ମା, ସମିତ ଦେଶାଇ, ବେଦାନ୍ତ ଶର୍ମା, ଆୟୁଷ ଭଂସାଲୀ, ଆଶିଷ ପେଣ୍ଡସେ, ଋଷି ସାହାନି, ଋଷଭ ଜୈନ, ନମନ ମିଶ୍ର ଏବଂ ସିମ୍‌ରନ୍ ମଙ୍ଗେସ୍‌କର୍‌ଙ୍କୁ ଲଞ୍ଚ୍ କରିବାକୁ ଯାଉଛି। ଫିଲ୍ମର ପ୍ରଥମ ଝଲକ ବହୁତ ଆକର୍ଷଣୀୟ ହୋଇଥିବାରୁ ‘ସିତାରେ ଜମିନ୍ ପର୍’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ଏହି ଚଳଚ୍ଚିତ୍ର ସହ ଅମୀର୍ ଖାନ୍ ବହୁତ ଦିନ ପରେ ବଡ଼ ପରଦାକୁ ଫେରିବେ ଏବଂ ଏଥର ତାଙ୍କ ବିପକ୍ଷରେ ଅଭିନେତ୍ରୀ ଜେନେଲିଆ ଦେଶ୍‌ମୁଖ୍‌ ନଜର ଆସିବେ। ଫିଲ୍ମର ପୋଷ୍ଟର୍‌ରୁ ସୂଚନା ମିଳୁଛି କି ଏଥର ସଂପୂର୍ଣ୍ଣ ଭିନ୍ନସ୍ବାଦର କାହାଣୀ ନେଇ ଅମୀର ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆର.ଏସ୍. ପ୍ରସନ୍ନା। ଏହା ପୂର୍ବରୁ ସେ ‘ଶୁଭ ମଙ୍ଗଲ୍‌ ସାବଧାନ୍‌’ ଭଳି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe