ନ୍ୟୁଜ୍‌ ରିଲ୍‌: ଅଜା ପୂର୍ବତନ ମୁଖ୍ୟମନ୍ତ୍ରୀ, ନାତି ବଲିଉଡ୍‌ ନାୟକ

ଅଜା ରାଜନୀତିର ଜଣାଶୁଣା ବ୍ୟକ୍ତିତ୍ବ ‌ହୋଇଥିବା ବେଳେ ନାତି ବଲିଉଡ୍‌ରେ ନାୟକ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ୍‌ ସିନ୍ଦେଙ୍କ ନାତି ବୀର ନିକଟରେ ରିଲିଜ୍‌ ହୋଇଥିବା ‘ସ୍କାଏଫୋର୍ସ’ରେ ଅକ୍ଷୟ କୁମାରଙ୍କ ସହ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

xvxtt

ଅଜା ରାଜନୀତିର ଜଣାଶୁଣା ବ୍ୟକ୍ତିତ୍ବ ‌ହୋଇଥିବା ବେଳେ ନାତି ବଲିଉଡ୍‌ରେ ନାୟକ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ୍‌ ସିନ୍ଦେଙ୍କ ନାତି ବୀର ନିକଟରେ ରିଲିଜ୍‌ ହୋଇଥିବା ‘ସ୍କାଏଫୋର୍ସ’ରେ ଅକ୍ଷୟ କୁମାରଙ୍କ ସହ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏକଦା ଅନ୍ୟ କଳାକାରଙ୍କ ପାଇଁ ବଡି ଡବଲ୍ ବା ଡୁପ୍ଲିକେଟ୍‌ ବନୁଥିବା ବୀର ପହରିୟାଙ୍କୁ ପ୍ରଥମଥର ଲାଗି ଜଣେ ନାୟକ ଭାବେ ପରଦାରେ ଦେଖିବାକୁ ମିଳିଛି।

‘ସ୍କାଏ ଫୋର୍ସ’ରେ ନାୟକ ହେବା ପୂର୍ବରୁ ବୀର ଏକ ଫିଲ୍ମରେ ସହ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ। କେବଳ ସେତିକି ନୁହେଁ, ସେ ଜଣାଶୁଣା ଅଭିନେତା ବରୁଣ ଧୱନ୍‌ଙ୍କ ବଡି ଡବଲ୍ ମଧ୍ୟ ହୋଇସାରିଛନ୍ତି। ବ୍ୟବସାୟୀ ସଞ୍ଜୟ ପହରିୟା ଓ ସ୍ମୃତି ସିନ୍ଦେଙ୍କ ପୁଅ ବୀର ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟର୍‌ନ୍ୟାସ୍‌ନାଲ ସ୍କୁଲ୍‌ରୁ ପ୍ରାରମ୍ଭିକ ଶିକ୍ଷା ପରେ ଲଣ୍ଡନର ରିଜେଣ୍ଟ୍‌ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ଅଭିନୟ କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ବୀର ୨୦୨୨ରେ ଫିଲ୍ମ ‘ଭେଡିଆ’ରେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଫିଲ୍ମ ପରିସରକୁ ଆସିବା ପୂର୍ବରୁ ଅଭିନେତ୍ରୀ ସାରା ଅଲି ଖାନ୍‌ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ବୀର ଚର୍ଚ୍ଚାକୁ ଆସିଥିଲେ। ବାସ୍ତବ ଜୀବନରେ ଦୁହିଁଙ୍କର ବ୍ରେକ୍‌ଅପ ହୋଇ ସାରିଥିଲେ ବି ‘ସ୍କାଏଫୋର୍ସ’ରେ ଦୁହେଁ ଏକାଠି କାମ କରିଛନ୍ତି। ଫିଲ୍ମରେ ଦୁହିଁଙ୍କ ରୋମାନ୍‌ସ ଦେଖିବାକୁ ପାଇଛନ୍ତି ଦର୍ଶକ। ପ୍ରଥମ ଫିଲ୍ମରୁ ହିଁ ଅଭିନୟ ବଳରେ ଦର୍ଶକଙ୍କ ମନ କିଣିପାରିଛନ୍ତି ବୀର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe