ନ୍ୟୁଜ୍‌ ରିଲ୍‌: ଦେଖାହେଲେ ଔରଙ୍ଗ୍‌ଜେବ୍‌ଙ୍କୁ ଚାପୁଡ଼ାଟେ ଦେବି!

Advertisment

ଏକ କୌତୂହଳପୂର୍ଣ୍ଣ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସାଉଥ୍ ସୁପର୍‌ଷ୍ଟାର୍‌ ବିଜୟ ଦେବର୍‌କୋଣ୍ଡା। ‌ସେ କହିଛନ୍ତି, ଯଦି କେବେ ସମ୍ଭବ ହୁଏ ତେବେ ସେ ମୋଗଲ ସମ୍ରାଟ୍‌ ଔରଙ୍ଗ୍‌ଜେବ୍‌ ଓ ବ୍ରିଟିସ୍‌ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଚାହିବେ।

ଏକ କୌତୂହଳପୂର୍ଣ୍ଣ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସାଉଥ୍ ସୁପର୍‌ଷ୍ଟାର୍‌ ବିଜୟ ଦେବର୍‌କୋଣ୍ଡା। ‌ସେ କହିଛନ୍ତି, ଯଦି କେବେ ସମ୍ଭବ ହୁଏ ତେବେ ସେ ମୋଗଲ ସମ୍ରାଟ୍‌ ଔରଙ୍ଗ୍‌ଜେବ୍‌ ଓ ବ୍ରିଟିସ୍‌ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଚାହିବେ।

sdsdxcxc

ଏକ କୌତୂହଳପୂର୍ଣ୍ଣ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସାଉଥ୍ ସୁପର୍‌ଷ୍ଟାର୍‌ ବିଜୟ ଦେବର୍‌କୋଣ୍ଡା। ‌ସେ କହିଛନ୍ତି, ଯଦି କେବେ ସମ୍ଭବ ହୁଏ ତେବେ ସେ ମୋଗଲ ସମ୍ରାଟ୍‌ ଔରଙ୍ଗ୍‌ଜେବ୍‌ ଓ ବ୍ରିଟିସ୍‌ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଚାହିବେ। ହାଇଦ୍ରାବାଦରେ ସାଉଥ୍ ସୁପର୍‌ଷ୍ଟାର୍‌ ସୂର୍ଯ୍ୟଙ୍କ ନୂଆ ଚଳଚ୍ଚିତ୍ର ‘ରେଟ୍ରୋ’ ପାଇଁ ଏକ ପ୍ରି-ରିଲିଜ୍ ଇଭେଣ୍ଟ୍‌ ଆ‌ୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୟ ଦେବର୍‌କୋଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେବା ବେଳେ ଏପରି ମତ ଦେଇଥିଲେ।

କାର୍ଯ୍ୟକ୍ରମର ଉପସ୍ଥାପିକା ସୁମା ତାଙ୍କୁ ପଚାରିଥିଲେ ଯେ, ଆପଣ କିଛି ବର୍ଷ ତଳକୁ ଫେରିଯାଇ କେଉଁ ଐତିହାସିକ ବ୍ୟକ୍ତିତ୍ୱଙ୍କୁ ଭେଟିବାକୁ ଚାହିବେ? ଉତ୍ତରରେ ବିଜୟ କହିଥିଲେ, ସେ ବ୍ରିଟିସ୍‌ମାନଙ୍କୁ ଭେଟିବାକୁ ଚାହାନ୍ତି। ଏହାସହ ସେମାନଙ୍କୁ ଚାପୁଡ଼ା ମଧ୍ୟ ମାରିବାକୁ ଚାହାନ୍ତି। ତାଙ୍କ କହିବା ମୁତାବକ, “ମୁଁ  କୌଣସି ବ୍ରିଟିସ୍‌ ଶାସକଙ୍କୁ ଭେଟି ସେମାନଙ୍କୁ ଦୁଇଟି ଶକ୍ତ ଚାପୁଡ଼ା ଦେବାକୁ ଚାହୁଛି। ଫିଲ୍ମ ‘ଛାବା’ ଦେଖିବାପରେ ମୋର ଏଭଳି କରିବାକୁ ଇଚ୍ଛାହେଉଛି। କାରଣ ଫିଲ୍ମର କାହାଣୀରେ ଭାରତୀୟ ଶାସକଙ୍କ ପ୍ରତି ସେମାନଙ୍କ ଛଳନା ଏବଂ ଅତ୍ୟାଚାର ମୋତେ କ୍ରୋଧିତ କରିଥିଲା। ମୁଁ ମୋଗଲ ଶାସକ ଔରଙ୍ଗ୍‌ଜେବ୍‌ଙ୍କୁ ମଧ୍ୟ ଭେଟି ଦୁଇରୁ ତିନୋଟି ଶକ୍ତ ଚାପୁଡ଼ା ମାରିବାକୁ ଚାହୁଛି। ମୁଁ ଏପରି ଆହୁରି ଅନେକଙ୍କୁ ଭେଟିବାକୁ ଚାହୁଛି, କେବଳ ସେମାନଙ୍କୁ ଚାପୁଡା ମାରିବା ପାଇଁ। ବର୍ତ୍ତମାନ, ମୁଁ କେବଳ ଏତିକି ହିଁ ଭାବିପାରୁଛି।” 

ଉଲ୍ଲେଖଯୋଗ୍ୟ, ବିକ୍କି କୌଶଲ୍‌ ଓ ଅକ୍ଷୟ ଖାନ୍ନା ଅଭିନୀତ ‘ଛାବା’ ଛତ୍ରପତି ଶିବାଜୀଙ୍କ ପୁତ୍ର ସମ୍ଭାଜୀଙ୍କ ବୀରତ୍ବ ଓ ସଂଘର୍ଷମୟ ଜୀବନ କାହାଣୀ ଉପରେ ଆଧାରିତ। ଔରଙ୍ଗ୍‌ଜେବ୍ କିଭଳି ତାଙ୍କୁ ଛଳରେ ପରାଜିତ କରି ବନ୍ଦୀ କରି ଅକଥନୀୟ ନିର୍ଯାତନା ଦେଇଥିଲେ ତାହା ଏଥିରେ ଉପସ୍ଥାପିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe