ନ୍ୟୁଜ୍‌ ରିଲ୍‌: ପ୍ରଭାସଙ୍କ ଚାହିଦା ଆକାଶଛୁଆଁ

Advertisment

ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସ ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦି ରାଜା ସାବ୍’ ପାଇଁ ଶିରୋନାମାରେ ଅଛନ୍ତି। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଢେର୍‌ ଚର୍ଚ୍ଚା। ‘ଦି ରାଜା ସାବ୍’ ଚଳିତ ବର୍ଷ ଡିସେମ୍ବର ୫ ତାରିଖରେ ରିଲିଜ୍ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।

ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସ ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦି ରାଜା ସାବ୍’ ପାଇଁ ଶିରୋନାମାରେ ଅଛନ୍ତି। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଢେର୍‌ ଚର୍ଚ୍ଚା। ‘ଦି ରାଜା ସାବ୍’ ଚଳିତ ବର୍ଷ ଡିସେମ୍ବର ୫ ତାରିଖରେ ରିଲିଜ୍ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।

sfhfsfhxvvb

ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସ ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦି ରାଜା ସାବ୍’ ପାଇଁ ଶିରୋନାମାରେ ଅଛନ୍ତି। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଢେର୍‌ ଚର୍ଚ୍ଚା। ‘ଦି ରାଜା ସାବ୍’ ଚଳିତ ବର୍ଷ ଡିସେମ୍ବର ୫ ତାରିଖରେ ରିଲିଜ୍ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ହେଲେ ଏବେ ସେହି ତାରିଖ ବଦଳି ଯାଇଛି। କିନ୍ତୁ ରିଲିଜ୍ ପୂର୍ବରୁ ନିଜର ଦମ୍ ଦେଖାଇଛନ୍ତି ରାଜା ସାବ୍ ପ୍ରଭାସ। 

ରିଲିଜ୍ ନହେଉଣୁ ଫିଲ୍ମଟି ୧୦‌୦କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି। ଏହା କିଭଳି ସମ୍ଭବ ବୋଲି ଆପଣ ଭାବୁଥିବେ। ଖବରଟି ଟିକେ ଆଶ୍ଚର୍ଯ୍ୟ କରୁଥିଲେ ବି ସତ। ପ୍ରଯୋଜନା ସଂସ୍ଥାର ସୂଚନା ମୁତାବକ, ଫିଲ୍ମର ଓଟିଟି ରାଇଟ୍‌ସ୍‌ କିଣିଛି ନେଟ୍‌ଫ୍ଲିକ୍ସ। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ଦର୍ଶକ ଏହାକୁ ନେଟ୍‌ଫ୍ଲିକ୍ସରେ ଦେଖିପାରିବେ। ‘ଦି ରାଜା ସାବ୍’ର ଓଟିଟି ରାଇଟ୍‌ସ୍‌ ବାବଦକୁ ନେଟ୍‌ଫ୍ଲିକ୍ସ ନିର୍ମାତାଙ୍କୁ ୧୦୦କୋଟି ଟଙ୍କା ଦେଇଥିବା ଜଣାଯାଇଛି। ତେବେ ଏହା ପ୍ରଥମ ନୁହେଁ। ଏହା ପୂର୍ବରୁ ପ୍ରଭାସଙ୍କ ଫିଲ୍ମ ‘କଳ୍‌କୀ ୨୮୯୮ ଏଡି’ର ହିନ୍ଦୀ ସଂସ୍କରଣର ଓଟିଟି ରାଇଟ୍‌ସ୍‌ ୧୭୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହା ପୂର୍ବରୁ ‘ସାଲାର୍‌’ର ଓଟିଟି ରାଇଟ୍‌ସ୍‌ ୨୦୦ କୋଟିରେ, ‘ଆଦିପୁରୁଷ’ ୨୫୦ କୋଟିରେ, ‘ରାଧେ ଶ୍ୟାମ୍’ ୨୫୦ କୋଟିରେ ଏବଂ ‘ବାହୁବଲୀ-୨’ ୨୫.୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା।

କୁହାଯାଉଛି, ‘ଦି ରାଜା ସାବ୍’ ମୂଳ ତେଲୁଗୁ ଓ ହିନ୍ଦୀ ଭାଷାରେ ଭଲ ଓପନିଂ କରିବ। ଫିଲ୍ମଟି ଭାରତୀୟ ବକ୍ସ୍‌ ଅଫିସ୍‌ରେ ପ୍ରଥମ ଦିନରେ ୫୦ କୋଟି ସଂଗ୍ରହ କରିବ ବୋଲି ଅନେକ ଫିଲ୍ମ ସମୀକ୍ଷକ ଆକଳନ କରିଛନ୍ତି। ଯଦି ଏହା ସତ ହୁଏ, ତେବେ ପ୍ରଥମ ଦିନରେ ୫୦ କୋଟିରୁ ଅଧିକ ଆୟ କରିବାରେ ଏହା ପ୍ରଭାସଙ୍କର ଚତୁର୍ଥ ଫିଲ୍ମ ହେବ। ଏହା ପୂର୍ବରୁ ପ୍ରଭାସ ଭାରତୀୟ ବକ୍ସ୍‌ ଅଫିସ୍‌ରେ ୫୦ କୋଟିରୁ ଅଧିକ ଓପନିଂର ହ୍ୟାଟ୍ରିକ୍ ହାସଲ କରିସାରିଛନ୍ତି। ସେ ଫିଲ୍ମଗୁଡ଼ିକ ହେଲା ‘ଆଦିପୁରୁଷ’ (୮୯କୋଟି), ‘ସାଲାର୍‌’(୯୨କୋଟି), ‘କଳ୍‌କୀ ୨୮୯୮ ଏଡି’(୯୩କୋଟି)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe