ନ୍ୟୁଜ୍‌ ରିଲ୍‌: ଭୁଲ୍‌ ସ୍ବୀକାର କଲେ ସଲମାନ୍‌

Advertisment

ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ୍‌ ଏବେ ତାଙ୍କ ଫିଲ୍ମ ‘ସିକନ୍ଦର୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ‘ସିକନ୍ଦର୍‌’ ପ୍ରଥମ ଦିନ ଭଲ ଆୟ କରିଥିଲେ ବି ପରେ ବକ୍ସଅଫିସ୍‌ରେ ଏହାର ଆୟ କମିଯାଇଥିଲା।

ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ୍‌ ଏବେ ତାଙ୍କ ଫିଲ୍ମ ‘ସିକନ୍ଦର୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ‘ସିକନ୍ଦର୍‌’ ପ୍ରଥମ ଦିନ ଭଲ ଆୟ କରିଥିଲେ ବି ପରେ ବକ୍ସଅଫିସ୍‌ରେ ଏହାର ଆୟ କମିଯାଇଥିଲା।

gdgdggd

ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ୍‌ ଏବେ ତାଙ୍କ ଫିଲ୍ମ ‘ସିକନ୍ଦର୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ‘ସିକନ୍ଦର୍‌’ ପ୍ରଥମ ଦିନ ଭଲ ଆୟ କରିଥିଲେ ବି ପରେ ବକ୍ସଅଫିସ୍‌ରେ ଏହାର ଆୟ କମିଯାଇଥିଲା। ୨୫୦ କୋଟିର ଏହି ଫିଲ୍ମର ଆୟ ୨୦୦ କୋଟି ପାର୍ କରିପାରିବ କି ନାହିଁ, ସେ ଚିନ୍ତା ଏବେ ନିର୍ମାତାଙ୍କୁ ଘାରିଲାଣି। କିଛି ବର୍ଷ ବ୍ୟବଧାନରେ ରିଲିଜ୍ ହୋଇଥିବା ସଲ୍‌ମାନ୍‌ଙ୍କ ଏହି ଫିଲ୍ମ ଭଲ ବ୍ୟବସାୟ କରିପାରି ନଥିବାରୁ ସେ ଭଲ ସ୍କ୍ରିପ୍ଟ ଓ ଭଲ ନିର୍ଦ୍ଦେଶକ ବାଛନ୍ତୁ ବୋଲି ସଲ୍‌ମାନ୍‌ଙ୍କୁ ତାଙ୍କ ପ୍ରଶଂସକମାନେ ପରାମର୍ଶ ଦେଇଛନ୍ତି।

ଏପ୍ରିଲ୍‌ ୫ରେ ସଲ୍‌ମାନ୍‌ ଖାନ୍ ନିଜର କିଛି ପ୍ରଶଂସକଙ୍କୁ ଭେଟିବା ସହ ‘ସିକନ୍ଦର୍‌’ ବିଷୟରେ ସେମାନଙ୍କ ମତାମତ ନେଇଥିଲେ। ଏହି ଆଲୋଚନା ସମୟରେ ପ୍ରଶଂସକମାନେ କହିଥିଲେ ଯେ, “ଫିଲ୍ମ ‘ସିକନ୍ଦର୍‌’ ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହିଁ। ଏଣିକି ଭଲ ସ୍କ୍ରିପ୍ଟ ବାଛନ୍ତୁ। କେବଳ ସ୍କ୍ରିପ୍ଟ ନୁହେଁ, ‘ସିକନ୍ଦର୍‌’ର ମାର୍କେଟିଂ ମଧ୍ୟ ବହୁତ ଖରାପ ଥିଲା। ଏ ବିଷୟରେ ଆମେ ସାଜିଦ୍ ନାଦିଆଦ୍‌ୱାଲାଙ୍କ ଟିମ୍‌କୁ ବି ଜଣାଇଥିଲୁ। କିନ୍ତୁ ସେମାନେ ଏତେ ଗୁରୁତ୍ବ ଦେଇ ନଥିଲେ। ଆପଣ କବୀର୍‌ ଖାନ୍‌ ଏବଂ ଅଲି ଅବ୍ବାସ୍‌ ଜାଫର୍‌ଙ୍କ ଭଳି ନିର୍ଦ୍ଦେଶକଙ୍କ ସହ କାମ କରନ୍ତୁ, ଯେଉଁମାନେ ଆପଣଙ୍କୁ ବ୍ଲକ୍‌ବଷ୍ଟର୍‌ ଫିଲ୍ମ ଦେଇଥିଲେ। ଶାହରୁଖ୍‌ ଖାନ୍‌ଙ୍କ ମ୍ୟାନେଜର୍‌ ପୂଜା ଡଡ୍‌ଲାନୀ ଯେମିତି ପ୍ରଶଂସକଙ୍କ ସବୁ ବ‌ାର୍ତ୍ତା ତାଙ୍କୁ ଦେଉଛନ୍ତି, ଆପଣ ବି ସେମିତି ଜଣେ ବ୍ୟକ୍ତି ରଖିବା ଦରକାର।”

ପ୍ରଶଂସକଙ୍କ ମତାମତ ଶୁଣିବା ପରେ ସଲ୍‌ମାନ୍‌ ଆଗକୁ ଏସବୁ ଦିଗ ଉପରେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ସେ ସ୍ୱୀକାର କରିଛନ୍ତି ଯେ, ଗୋଟିଏ ବଡ଼ ଫିଲ୍ମ ଯେଭଳି ନିର୍ମାଣ ହେବା କଥା ‘ସିକନ୍ଦର୍‌’ର କାମ ସେହି ଢଙ୍ଗରେ ହେଉନାହିଁ ବୋଲି ପ୍ରଥମରୁ ହିଁ ସେ ଅନୁଭବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe