ନ୍ୟୁଜ୍‌ ରିଲ୍‌: ଚର୍ଚ୍ଚାରେ ଗାୟିକା ନାୟିକା ଅନୀତ୍

Advertisment

ୱେବ୍ ସିରିଜ୍ ପରେ ମିଳିଲା ବଡ଼ ଅଫର୍‌। ଫିଲ୍ମ ରିଲିଜ୍ ହେଉ ହେଉ ପ୍ରଶଂସା ସାଉଁଟିଲେ ସୈୟାରା ଗର୍ଲ ଅନୀତ୍ ପଡ୍ଡା। ମୋହିତ୍ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସୈୟାରା’ ଜୁଲାଇ ୧୮ରେ ପ୍ରେକ୍ଷାଳୟକୁ ଆସି ଦର୍ଶକଙ୍କ ଠାରୁ ମିଶ୍ର ପ୍ରତିକ୍ରିୟା ପାଇଛି।

ୱେବ୍ ସିରିଜ୍ ପରେ ମିଳିଲା ବଡ଼ ଅଫର୍‌। ଫିଲ୍ମ ରିଲିଜ୍ ହେଉ ହେଉ ପ୍ରଶଂସା ସାଉଁଟିଲେ ସୈୟାରା ଗର୍ଲ ଅନୀତ୍ ପଡ୍ଡା। ମୋହିତ୍ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସୈୟାରା’ ଜୁଲାଇ ୧୮ରେ ପ୍ରେକ୍ଷାଳୟକୁ ଆସି ଦର୍ଶକଙ୍କ ଠାରୁ ମିଶ୍ର ପ୍ରତିକ୍ରିୟା ପାଇଛି।

fshhfsbxvxvb

ୱେବ୍ ସିରିଜ୍ ପରେ ମିଳିଲା ବଡ଼ ଅଫର୍‌। ଫିଲ୍ମ ରିଲିଜ୍ ହେଉ ହେଉ ପ୍ରଶଂସା ସାଉଁଟିଲେ ସୈୟାରା ଗର୍ଲ ଅନୀତ୍ ପଡ୍ଡା। ମୋହିତ୍ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସୈୟାରା’ ଜୁଲାଇ ୧୮ରେ ପ୍ରେକ୍ଷାଳୟକୁ ଆସି ଦର୍ଶକଙ୍କ ଠାରୁ ମିଶ୍ର ପ୍ରତିକ୍ରିୟା ପାଇଛି। ଟ୍ରେଲର୍ ରିଲିଜ୍ ପରଠାରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ସୈୟାରା’ରେ ଅନୀତ୍‌ଙ୍କ ଅଭିନୟକୁ ଯୁବଦର୍ଶକ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି। ଏହି ଫିଲ୍ମ ତାଙ୍କ କ୍ୟାରିୟର୍‌କୁ  ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ସିନେ ସମୀକ୍ଷକ ମତ ରଖିଛନ୍ତି। ଫିଲ୍ମର ଗୀତ ଏବେ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍ କରୁଥିବା ବେଳେ ଅନିତ୍‌ଙ୍କ ଚାହାଣି ଓ ଠାଣି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଜଣାଯାଇଛି।

ପଞ୍ଜାବୀ ଗର୍ଲ ଅନୀତ୍‌ ପଡ୍ଡା ଲେଡି ସୁପର୍‌ଷ୍ଟାର୍‌ କାଜୋଲ୍‌ଙ୍କ ଅଭିନୀତ ଫିଲ୍ମ ‘ସଲାମ୍‌ ଭେଙ୍କି’ରୁ  ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୨୨ରେ ମୁକ୍ତିଲାଭ କରିଥିବା ‘ସଲାମ୍‌ ଭେଙ୍କି’ରେ ନନ୍ଦିନୀ ଭୂମିକାରେ ଅଭିନୟ କରିଥିଲେ ଅନୀତ୍। ଏହାପରେ, ୨୦୨୪ରେ ଆମାଜନ୍ ପ୍ରାଇମ୍‌ର ୱେବ୍ ସିରିଜ୍ ‘ବିଗ୍ ଗର୍ଲସ୍‌ ଡୋଣ୍ଟ୍‌ କ୍ରାଏ’ରେ ରୁହି ଆହୁଜା ଭୂମିକାରେ ନଜର ଆସିଥିଲେ ଅନୀତ୍। ଏଥିରେ ତାଙ୍କର ନିଖୁଣ ଅଭିନୟ ଅନେକ ଫିଲ୍ମ ନିର୍ମାତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ଯାହାର ଫଳସ୍ବରୂପ ୟଶରାଜ୍ ଫିଲ୍ମସ୍ ଭଳି ନାମୀ ପ୍ରଯୋଜନା ସଂସ୍ଥା ତାଙ୍କୁ ‘ସୈୟାରା’ ପାଇଁ କାଷ୍ଟ୍‌ କରିଥିଲା।

ଅନିତ୍‌ଙ୍କୁ ଏବେ ବୟସ ମାତ୍ର ୨୨ବର୍ଷ। ଏତେ କମ୍‌ ବୟସରୁ ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ବେଳେ ‘ସୈୟାରା’ ତାଙ୍କୁ ଅଧିକ ଲୋକପ୍ରିୟତା ଦେବ ବୋଲି ଚର୍ଚ୍ଚା ହେଉଛି। ଅଭିନୟ ବ୍ୟତୀତ ସଂଗୀତରେ ମଧ୍ୟ ଅନୀତ୍‌ଙ୍କର ରହିଛି ବିଶେଷ ଦକ୍ଷତା। ସେ ଜଣେ ଗାୟିକା ଓ ଗୀତିକାର। ୱେବ୍‌ ସିରିଜ୍‌ ‘ବିଗ୍ ଗର୍ଲସ୍‌ ଡୋଣ୍ଟ୍‌ କ୍ରାଏ’ରେ ସେ ଗୀତ ମଧ୍ୟ ଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe