ନ୍ୟୁଜ୍‌ ରିଲ୍‌: ବୟସରେ ସାନ ଇକବାଲ୍‌ଙ୍କ ହାତ ଧରିବେ ସୋନାକ୍ଷୀ

Advertisment
ନ୍ୟୁଜ୍‌ ରିଲ୍‌: ବୟସରେ ସାନ ଇକବାଲ୍‌ଙ୍କ ହାତ ଧରିବେ ସୋନାକ୍ଷୀ

ଆଜି ଦବଙ୍ଗ ଗାର୍ଲ‌ ସୋନାକ୍ଷୀ ସିହ୍ନାଙ୍କ ବାହାଘର। ସେ ‌ତାଙ୍କ ଦୀର୍ଘଦିନର ପ୍ରେମିକ ଜହିର ଇକ୍‌ବାଲଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି। ଏହି ବିବାହର ସ୍ବତନ୍ତ୍ରତା ହେଉଛି ସେମାନେ ହିନ୍ଦୁ କିମ୍ବା ମୁସଲମାନ ଧର୍ମର ରୀତି ଅନୁଯାୟୀ ବିବାହ କରୁନାହାନ୍ତି। କେବଳ ସରକାରୀ ବିଧି ଅନୁସାରେ ରେଜିଷ୍ଟ୍ରି ବିବାହ କରିବାକୁ ସ୍ଥିିର କରିଛନ୍ତି ଏହି ଲଭ୍‌ ବାର୍ଡସ୍‌। ଚର୍ଚ୍ଚା ହେଉଛି ଯେ ସୋନାକ୍ଷୀଙ୍କ ଏହି ବାହାଘରରେ ପରିବାର ଲୋକ ଖୁସି ନାହାନ୍ତି। ‌ଏପରିକି ତାଙ୍କ ମାଆ ଓ ଭାଇ ଉଭୟ ତାଙ୍କୁ ସେମାନଙ୍କ ଇନ୍‌ଷ୍ଟାଗ୍ରାମ୍‌ରୁ ଅନ୍‌ଫ‌ଲୋ କରି‌ ଦେଇଛନ୍ତି। ଏକଥା ବି ଶୁଣିବାକୁ ମିଳୁଛି ଯେ ବାପା ଶତ୍ରୁଘ୍ନ ସିହ୍ନ‌ା ପ୍ରଥମେ ଏହି ବିବାହ ପାଇଁ ଅମଙ୍ଗ ଥିବା ବେଳେ ଏବେ ବଡ଼ କଷ୍ଟରେ ରାଜି ହୋଇଛନ୍ତି।

ତେବେ ଆପଣ ଜାଣନ୍ତି କି ପ୍ରେମିକାରୁ ପତ୍ନୀ ବନିବାକୁ ଯାଉଥିବା ସୋନାକ୍ଷୀଙ୍କୁ ଇକ୍‌ବାଲ୍‌ କ’ଣ ଡାକନ୍ତି? ସୂଚନା ମୁତାବକ ସୋନାକ୍ଷୀଙ୍କୁ ସେ ‘ସୋନାଜ’ ବୋଲି ଡାକନ୍ତି। ଇକ୍‌ବାଲ୍‌ ହେଉଛନ୍ତି ସୋନାକ୍ଷୀଙ୍କଠାରୁ ବୟସରେ ସାନ। ଉଭୟ ସୋନାକ୍ଷୀ ଓ ଇକ୍‌ବାଲଙ୍କୁ ସଲ୍‌ମାନ ଖାନ୍‌ ବଲିଉଡ୍‌କୁ ଆଣିଥିଲେ। ସୋନାକ୍ଷୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଥିବା ବେଳେ ଇକ୍‌ବାଲଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ରୋଜଗାର କରିପାରିନି। ଭିନ୍ନ ଧର୍ମ ଓ ବୟସ ବ୍ୟବଧାନ ହେତୁ ସେମାନଙ୍କ ପରିବାର ଲୋକ ସହଜରେ ଏହି ବିବାହକୁ ଗ୍ରହଣ କରିପାରିନାହାନ୍ତି।
ସୋନାକ୍ଷୀ ଥରେ ଏକ ସାକ୍ଷାତ୍‌କାରରେ କହିଥିଲେ କି ତାଙ୍କ ବାପା ତ‌ାଙ୍କୁ ବାହାଦେବାକୁ ଚାହାନ୍ତି ନାହିଁ। ଝିଅକୁ ଶତ୍ରୁଘ୍ନ ଖୁବ୍‌ ସ୍ନେହ କରୁଥିବାରୁ ଜୀବନଯାକ ନିଜ ପାଖରେ ରଖିବାକୁ ଚାହୁଁଥିଲେ। କିନ୍ତୁ ଏବେ ସୋନାକ୍ଷୀ ନିଜ ଜୀବନର ରାସ୍ତା ବାଛିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe