ନ୍ୟୁଜ୍‌ ରିଲ୍‌: କ୍ୟାଟ୍ରିନାଙ୍କ ଫଟୋ ସୋନାକ୍ଷୀଙ୍କ ରାଗ

‘ଦବଙ୍ଗ୍‌’ ଗର୍ଲ ସୋନାକ୍ଷୀ ସିହ୍ନାଙ୍କର ରାଗକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଅବଶ୍ୟ ଅନେକ ସୋନାକ୍ଷୀଙ୍କ ପ୍ରତିକ୍ରିୟାକୁ ପସନ୍ଦ କରୁଛନ୍ତି। କିନ୍ତୁ, ରାଗରେ ସେ ଏକ ଗଣମାଧ୍ୟମକୁ ଅପରାଧୀ ସଦୃଶ କାର୍ଯ୍ୟ କରୁଛ ବୋଲି କଟାକ୍ଷ କରିବା ବିବାଦର ସୂତ୍ରପାତ କରିପାରେ।

sonakhi

‘ଦବଙ୍ଗ୍‌’ ଗର୍ଲ ସୋନାକ୍ଷୀ ସିହ୍ନାଙ୍କର ରାଗକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଅବଶ୍ୟ ଅନେକ ସୋନାକ୍ଷୀଙ୍କ ପ୍ରତିକ୍ରିୟାକୁ ପସନ୍ଦ କରୁଛନ୍ତି। କିନ୍ତୁ, ରାଗରେ ସେ ଏକ ଗଣମାଧ୍ୟମକୁ ଅପରାଧୀ ସଦୃଶ କାର୍ଯ୍ୟ କରୁଛ ବୋଲି କଟାକ୍ଷ କରିବା ବିବାଦର ସୂତ୍ରପାତ କରିପାରେ। କିଛିଦିନ ତଳେ ବଲିଉଡ୍ ଦମ୍ପତି କ୍ୟାଟ୍ରିନା କୈଫ୍ ଓ ଅଭିନେତା ବିକି କୌଶଲ୍‌ ‌ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରି ଜଣାଇଥିଲେ କି, ଆମେ ନିଜର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛୁ। କିନ୍ତୁ, ବ୍ୟକ୍ତିଗତ ଗୋପନୀୟତାକୁ ବଜାୟରଖି ଆଉ କୌଣସି ସୂଚନା ଦେବାକୁ ଚାହି ନଥିଲେ। ତେବେ ଗତ ସପ୍ତାହରେ ଏକ ୱେବ୍ ପୋର୍ଟାଲ୍‌ ସନ୍ତାନସମ୍ଭବା କ୍ୟାଟ୍ରିନାଙ୍କର ଏକ ଫଟୋ ପ୍ରକାଶ କଲା ଏବଂ ପ୍ରସବ ସମୟ ପାଖେଇ ଆସୁଥିବା ହେତୁ ସେ ଘରର ବାଲକୋନିକୁ ଆସିଥିବା ବେଳେ ଫଟୋଟି ଉଠାଯାଇଥିବା ଦାବି କରିଥିଲା। ଯେହେତୁ ଫଟୋଟି କ୍ୟାଟ୍ରିନାଙ୍କ ବିନା ଅନୁମତିରେ ଉଠାଯାଇଥିଲା, ତେଣୁ ତାଙ୍କ ପ୍ରଶଂସକମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏହା ବ୍ୟକ୍ତିଗତ ଗୋପନୀୟତାର ଖୋଲା ଉଲ୍ଲଂଘନ ଦର୍ଶାଇ ଉକ୍ତ ପୋର୍ଟାଲ୍‌କୁ ନିନ୍ଦା କରିଥିଲେ। ଉକ୍ତ ପୋଷ୍ଟ୍‌ର କମେଣ୍ଟ୍‌ ବିଭାଗକୁ ଯାଇ ସୋନାକ୍ଷୀ ଲେଖିଥିଲେ ଯେ ତୁମମାନଙ୍କର ଅସୁବିଧା କେଉଁଠି? ଜଣେ ମହିଳାଙ୍କ ବିନା ଅନୁମତିରେ ଫଟୋ ଉଠାଇ ସେୟାର୍‌ କରିବା କେତେ ଦୂର ଠିକ୍‌? ଏହା ଲଜ୍ଜାଜନକ ଏବଂ କୌଣସି ଅପରାଧଠାରୁ କମ୍‌ ନୁହେଁ। ତାଙ୍କର ଏହି କଡ଼ା ମନ୍ତବ୍ୟ ପରେ ଉକ୍ତ ‌ଫଟୋକୁ ଡିଲିଟ୍‌ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe