TWINKLY KHANA Photograph: (sambad.in)
ଅପରେସନ୍ ସିନ୍ଦୂର’ ଅାଧାରିତ ଚଳଚ୍ଚିତ୍ର ନିର୍ମାଣ କରିବା ଲାଗି ବଲିଉଡ୍ର ଦୁଇ ଜଣାଶୁଣା ଅଭିନେତା ଅକ୍ଷୟ କୁମାର ଓ ଭିକି କୌଶଲ୍ଙ୍କ ଭିତରେ ଝଗଡ଼ା ଲାଗିଛି ବୋଲି ଜୋର୍ଦାର୍ ଚର୍ଚ୍ଚା ଚାଲିଥିଲା। ଅର୍ଥାତ୍ ଦୁଇ କଳାକାରଙ୍କ ଭିତରେ ଟାଇଟଲ୍ ହାତେଇବା ନେଇ ଟଣାଓଟରା ଚାଲିଥିବା କଥା ଇଣ୍ଟର୍ନେଟ୍ରେ ପ୍ରଚାର ହେଉଥିଲା। ଅସଲରେ ପ୍ରଯୋଜକ ଉତ୍ତମ ମାହେଶ୍ବରୀ ପ୍ରଥମେ ‘ଅପରେସନ୍ ସିନ୍ଦୂର’ ଶୀର୍ଷକ ଛବି କରୁଥିବା ନେଇ ଘୋଷଣା କରିଥିଲେ। କିନ୍ତୁ କଡ଼ା ସମାଲୋଚନା ପରେ ସେ ଏଥିରୁ ଓହରି ଯାଇଥିଲେ।
ଏହାପରେ ଅକ୍ଷୟ ଓ ଭିକିଙ୍କୁ ନେଇ ଚର୍ଚ୍ଚା ମୁଣ୍ଡ ଟେକିଥିଲା। ତେବେ ଏହି ଘଟଣା ଉପରୁ ପର୍ଦ୍ଦା ହଟାଇଛନ୍ତି ଅକ୍ଷୟଙ୍କ ପତ୍ନୀ ଟ୍ବିଙ୍କିଲ୍ ଖାନ୍ନା। ସେ କହିଛନ୍ତି ଯେ ଯେତେବେଳେ ମୁଁ ଏସବୁକୁ ନେଇ ସୋସିଆଲ୍ ମିଡିଆରେ ଶହ ଶହ ମେସେଜ୍ ପାଇଲି, ସଙ୍ଗେ ସଙ୍ଗେ ଅକ୍ଷୟଙ୍କୁ ଫୋନ୍କଲି। ଅକ୍ଷୟ କହିଲେ, ଏଇଟା ପୂରାପୂରି ଫେକ୍ ନ୍ୟୁଜ୍। ସଂପୂର୍ଣ୍ଣ ମିଛକଥା। ଆଜିକାଲି ସୋସିଆଲ୍ ମିଡିଆରେ ଏତେ ମିଛ ଖବର ଆସୁଛି ଯେ କେଉଁଟି ସତ ଓ କେଉଁଟି ମିଛ ତାହା କଳନା କରିବା କାଠିକର ପାଠ ବୋଲି ଟ୍ବିଙ୍କିଲ୍ କହିଛନ୍ତି।
Follow Us