ନ୍ୟୁଜ୍‌ ରିଲ୍‌: ମାଧୁରୀ ଓ ବିଦ୍ୟାଙ୍କ ଭିତରେ ସଂପର୍କ କ’ଣ?

Advertisment

ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ‘ଅବୋଧ’ (୧୯୮୪) ଚଳଚ୍ଚିତ୍ର ଜରିଆରେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ‘ତେଜାବ୍‌’ (୧୯୮୮) ଜରିଆରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲେ।

ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ‘ଅବୋଧ’ (୧୯୮୪) ଚଳଚ୍ଚିତ୍ର ଜରିଆରେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ‘ତେଜାବ୍‌’ (୧୯୮୮) ଜରିଆରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲେ।

sfhfhshh

ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ‘ଅବୋଧ’ (୧୯୮୪) ଚଳଚ୍ଚିତ୍ର ଜରିଆରେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ‘ତେଜାବ୍‌’ (୧୯୮୮) ଜରିଆରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲେ। ସେ ୪୦ ବର୍ଷ ଧରି ସିନେମା ଶିଳ୍ପରେ କାମ କରି ଆସୁଥିବା ବେଳେ ଏଯାବତ୍‌ ୭୦ରୁ ଅଧିକ ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ଦେଖାଇ ସାରିଛନ୍ତି। ୫୭ବର୍ଷ ବୟସରେ ପଦାର୍ପଣ କରିଥିବା ମାଧୁରୀଙ୍କ ସୌନ୍ଦର୍ଯ୍ୟର ପ୍ରଶଂସାରେ ଆଜି ବି ଦର୍ଶକ ଶତମୁଖ। 

ମାଧୁରୀଙ୍କ ସଫଳତା ଅନେକଙ୍କୁ ଅଭିନୟକୁ ଆସିବାକୁ ପ୍ରେରିତ କରିଛି। ପରଦାରେ ମାଧୁରୀଙ୍କ କରିସ୍ମା ଦେଖି ବଡ଼ ହେଲେ ‘ଜୁନିୟର୍‌ ମାଧୁରୀ ଦୀକ୍ଷିତ’ ବନିବାର ସ୍ବପ୍ନ ଦେଖିଥିବା ଶିଶୁ ଏବେ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ହେଉଛନ୍ତି ୨୯ବର୍ଷ ଧରି ସିନେମା ଶିଳ୍ପରେ କାମ କରି ଆସୁଥିବା ତଥା ଦର୍ଶକଙ୍କୁ ୪୦ରୁ ଅଧିକ ସିନେମା ଭେଟି ଦେଇଥିବା ବିଦ୍ୟା ବାଲନ୍‌। 

ନିକଟରେ ଅଭିନେତ୍ରୀ ବିଦ୍ୟା ବାଲନ୍‌ ଏକ ସାକ୍ଷାତ୍‌କାରରେ କହିଥିଲେ, ‘‘ପିଲାଦିନେ ସିନେମା ଓ ଅଭିନୟ ପ୍ରତି ମୋର ବିଶେଷ କିଛି ରୁଚି ନଥିଲା। କିନ୍ତୁ ମାଧୁରୀ ଦୀକ୍ଷିତଙ୍କ ‘ତେଜାବ୍’ ଦେଖିବା ପରେ ମୋ ଭିତରେ ହିରୋଇନ୍‌ ହେବାର ଏକ ଉତ୍ସାହ ଜାଗି ଉଠିଥିଲା। ଏହାପରେ କେମିତି କ’ଣ କଲେ ହିରୋଇନ୍‌ ହୋଇପାରିବି ସେ ଦିଗରେ ମୁଁ ବାଟ ଖୋଜିବା ଆରମ୍ଭ କରିଥିଲି।’’ ବିଦ୍ୟା କହନ୍ତି, ‘‘ମୁଁ ୧୯୯୫ ମସିହାରେ ଟିଭି ସୋ’ ‘ହମ୍ ପାଞ୍ଚ୍’ରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲି। ୨୦୦୫ରେ ଫିଲ୍ମ ‘ପରିଣୀତା’ ଜରିଆରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲି। ଏହି ସିନେମା ପାଇଁ ମୁଁ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ପୁରସ୍କାର ମଧ୍ୟ ଜିତିଥିଲି। ମାତ୍ର ସିନେମା ଦୁନିଆକୁ ଆସିବା ମୋ ପକ୍ଷେ ସହଜ ନଥିଲା। ଏଥିପାଇଁ ମୋତେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଅନେକ ସମୟରେ କଷ୍ଟ ସହି ନପାରି ରାତିରାତି ଯାଇ ସାଇବାବାଙ୍କ ମନ୍ଦିରରେ କାନ୍ଦିଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe