ନ୍ୟୁଜ୍‌ ରିଲ୍‌: ବନ୍ଧୁତ୍ବ ନିଭାଇଲେ ମୁକେଶ

Advertisment

ଗଣେଶ ଚତୁର୍ଥୀରେ କନ୍ୟା ସନ୍ତାନର ବାପାମାଆ ହୋଇଛନ୍ତି ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏହି ତାରକା ଦମ୍ପତିଙ୍କ ଝିଅ ହେବା ଖବର ଶୁଣିବା ପରେ ପୂରା ବଲିଉଡ୍  ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛି।

ଗଣେଶ ଚତୁର୍ଥୀରେ କନ୍ୟା ସନ୍ତାନର ବାପାମାଆ ହୋଇଛନ୍ତି ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏହି ତାରକା ଦମ୍ପତିଙ୍କ ଝିଅ ହେବା ଖବର ଶୁଣିବା ପରେ ପୂରା ବଲିଉଡ୍  ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛି।

ryfhhhfh

ଗଣେଶ ଚତୁର୍ଥୀରେ କନ୍ୟା ସନ୍ତାନର ବାପାମାଆ ହୋଇଛନ୍ତି ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏହି ତାରକା ଦମ୍ପତିଙ୍କ ଝିଅ ହେବା ଖବର ଶୁଣିବା ପରେ ପୂରା ବଲିଉଡ୍  ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛି। ଅନେକ ସେଲିବ୍ରିଟି ସୋସିଆଲ୍ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ଦେଇଥିବା ବେଳେ କେତେକ ବି ଦୁହଁିଙ୍କୁ ଭେଟିଛନ୍ତି। କେବଳ ବଲିଉଡ୍ ତାରକା କାହିଁକି, ଦୀପବୀରଙ୍କୁ ଶୁଭେଚ୍ଛା ଦେବାକୁ ହସ୍ପିଟାଲ୍‌ରେ ପହଞ୍ଚିଥିଲେ ପୃଥିବୀର ଅନ୍ୟତମ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ। ଭାଇରାଲ୍ ହୋଇଥିବା ଏକ ଭିଡିଓରେ ମୁକେଶ ଅମ୍ବାନୀ ଏକ କାର୍‌ରୁ ବାହାରି ହସ୍ପିଟାଲ୍‌ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି। ମୁକେଶ ମାଆ ଓ ପିଲାଙ୍କୁ ହସ୍ପିଟାଲ୍‌ରେ ଭେଟି ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା ବି କରିଥିଲେ ବୋଲି ଜାଣିବାକୁ ମିଳିଛି।

ଏକଥା ସମସ୍ତେ ଜାଣନ୍ତି ଯେ ମୁକେଶ ଅମ୍ବାନୀଙ୍କ ସହ ରଣବୀର ଓ ଦୀପିକାଙ୍କ ସଂପର୍କ ବେଶ୍ ଘନିଷ୍ଠ। କେବଳ ସେତିକି ନୁହେଁ, ମୁକେଶଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରଣବୀର କେତେ ଭଲ ବନ୍ଧୁ ତାହା ଅନନ୍ତଙ୍କ ବାହାଘରରେ ଦେଖିବାକୁ ମିଳିଥିଲା। ରଣବୀର ରୋମାଞ୍ଚକ ନୃତ୍ୟ ପ୍ରଦର୍ଶନ କରି ଅତିଥିଙ୍କୁ ଚମତ୍କୃତ କରି ଦେଇଥିବା ବେଳେ ଦୀପିକା ବି ‘ବେବି-ବମ୍ପ୍’ ସହ ଉତ୍ସବରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe