ସମାଲୋଚକଙ୍କୁ ଏପରି ଜବାବ ଦେଲେ ନିଆ ଶର୍ମା

Advertisment
ସମାଲୋଚକଙ୍କୁ ଏପରି ଜବାବ ଦେଲେ ନିଆ ଶର୍ମା

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲି ଅଭିନେତ୍ରୀ ନିଆ ଶର୍ମା ନିଜ ମନ କଥା ଖୋଲାଖୋଲି ଭାବେ ପ୍ରକାଶ କରିବାକୁ କେବେ ବି ଭୟ କରନ୍ତି ନାହିଁ। ଅଧିକାଂଶ ସମୟରେ ରୋକ୍‌ଠୋକ୍‌ କଥା କହି ସମାଲୋଚନାର ପାତ୍ରୀ ହୋଇଥାନ୍ତି ନିଆ।

ଏସିଆର ତୃତୀୟ ସେକ୍ସି ମହିଳା ଭାବେ ଭୋଟ ପାଇଥିବା ନିଆ ନିକଟରେ ସୋସିଆଲ୍‌ ମିଡିଆରେ ନିଜର ପୋଷାକଙ୍କୁ ନେଇ ଚର୍ଚ୍ଚା ପାଲଟିଛନ୍ତି। ମାତ୍ର ଚତୁରୀ ନିଆ ନିଜର ସମାଲୋଚକମାନଙ୍କୁ ଏକଦମ ଚତୁରତାର ସହ ଜବାବ ଦେଇଛନ୍ତି।

ଏ ନେଇ ନିଆ ଟୁଇଟ୍‌ କରିଛନ୍ତି କି, ‘ ମୁଁ ମୋର ପ୍ରିୟ ପୋଷାକକୁ ଲଗାତର ୬ ଥର ପିନ୍ଧିପାରେ। ମୋତେ କୁହନାହିଁ ଯେ ମୁଁ ଏହାକୁ ଗତକାଲି ପିନ୍ଧିଥିଲି।’

ଉଲ୍ଲେଖଯୋଗ୍ୟ, ସାଧାରଣତଃ ସେଲିବ୍ରେଟିମାନେ ଗୋଟାଏ ପୋଷାକଙ୍କୁ ୨ ଥର ପିନ୍ଧିଲେ ତାହା ଏକ ଚର୍ଚ୍ଚାର ବିଷୟ ପାଲଟିଯାଏ। ସେହିପରି ଭାବେ ନିଆ ପିନ୍ଧିଥିବା ପୋଷାକ ସେ ପୂର୍ବରୁ ଥରେ ପିନ୍ଧିଥିଲେ କିଛି ଲୋକ ସମାଲୋଚନା କରିଥିଲେ। ଏହାର ଉଚିତ ଜବାବ ଦେଇଛନ୍ତି ନିଆ।

ଅଭିନେତ୍ରୀ ନିଆ ଶେଷଥର ପାଇଁ ରିୟଲିଟି ସୋ’ ‘ଖତ୍‌ରୋଁ କି ଖିଲାଡି’ରେ ଦେଖିବାକୁ ମିଳିଥିଲେ। ନିକଟଭବିଷ୍ୟତରେ ସେ ‘ଟୁଇଷ୍ଟେଡ୍‌ ସୋ’ରେ ଦେଖିବାକୁ ମିଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe