'ଖତ୍ରୋଁ କେ ଖିଲାଡି: ମେଡ୍ ଇନ୍ ଇଣ୍ଡିଆ' ଜିତିଲେ ଟେଲି ଅଭିନେତ୍ରୀ ନିଆ ଶର୍ମା

Advertisment
'ଖତ୍ରୋଁ କେ ଖିଲାଡି: ମେଡ୍ ଇନ୍ ଇଣ୍ଡିଆ' ଜିତିଲେ ଟେଲି ଅଭିନେତ୍ରୀ ନିଆ ଶର୍ମା

The Statesman

ମୁମ୍ବାଇ: ଟିଭି ତାରକା ନିଆ ଶର୍ମା ଫାଇନାଲରେ ଜସ୍ମିନ ଭାସିନ ଏବଂ କରଣ ୱାହିଙ୍କୁ ପରାସ୍ତ କରି ଟିଭି ରିୟଲିଟି ସୋ 'ଖତ୍ରୋଁ କେ ଖିଲାଡି: ମେଡ୍ ଇନ୍ ଇଣ୍ଡିଆ' ଜିତିଛନ୍ତି। ନିଆ ଜିତିଥିବା ସଂସ୍କରଣଟି ବେଶ୍‌ ସ୍ବତନ୍ତ୍ର ଥିଲା। 'ଖତ୍ରୋଁ କେ ଖିଲାଡି’ର ସିଜିନ୍‌ ୧୦ ସରିଯିବା ପରେ ଏହିି ସଂସ୍କରଣ ଚଳିତ ମାସ ଆରମ୍ଭ କରାଯାଇଥିଲା।

ରୋହିତ ଶେଟ୍ଟୀଙ୍କ ଦ୍ବାରା ଆୟୋଜିତ ମେଡ୍ ଇନ୍ ଇଣ୍ଡିଆ ସଂସ୍କରଣରେ 'ଖତ୍ରୋଁ କେ ଖିଲାଡି'ର ଜୟ ଭାନୁଶାଲି, ରିତଭିକ୍ ଧନଜାନି, ଭାରତୀ ସିଂ, ହର୍ଷ ଲିମ୍ବାଚିୟା, ଅଲି ଗୋନି ଏବଂ କରଣ ପଟେଲଙ୍କ ଭଳି ଅତୀତରେ ଚାମ୍ପିୟନ ହୋଇଥିଲେ।

'ଖତ୍ରୋଁ କେ ଖିଲାଡି: ମେଡ୍ ଇନ୍ ଇଣ୍ଡିଆ' ପ୍ରାରମ୍ଭରେ‌ ମଜାଦାର ଭାବେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସୋ’କୁ ଜିତିବା ପ୍ରତିଯୋଗୀମାନଙ୍କର ଏକମାତ୍ର ଲକ୍ଷ୍ୟ ପାଲଟିଗଲା। ପ୍ରତିଯୋଗିତା ଜିତିବା ପରେ ଅଭିନେତ୍ରୀ ନିଆ କହନ୍ତି, ‘ଏହି ପ୍ରତିଯୋଗିତାକୁ ‌ଜିତିବା ପାଇଁ ମୁଁ ମୋର ସର୍ବୋତ୍ତମ ପ୍ରଦର୍ଶନ କରିଛି।’

publive-image LatestLY

ଏହି ସିଜିନ୍‌ରେ ହୋଷ୍ଟ ଏବଂ ଆକ୍ସନ୍ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ପ୍ରତିଯୋଗୀମାନଙ୍କ ପାଇଁ କିଛି ଅବିଶ୍ୱସନୀୟ ଷ୍ଟଣ୍ଟ୍ ଡିଜାଇନ୍ କରିଥିଲେ। ପ୍ରତିଯୋଗିତାକୁ ଜିତିବା ପାଇଁ ନିଆଙ୍କୁ ଉପରକୁ ଚଢ଼ିବା, ବି‌ସ୍ଫୋରଣର ସାମ୍ନା କରିବା, କାଦୁଅରେ ପହଁରିବା ଆଦି କଷ୍ଟକର କାର୍ଯ୍ୟ ସବୁ କରିବାକୁ ପଡ଼ିଥିଲା।

ରବିବାର ଗ୍ରାଣ୍ଡ ଫାଇନାଲରେ ପ୍ରତିଯୋଗୀମାନଙ୍କ ପାଇଁ ବଲିଉଡ ଷ୍ଟାଇଲର ରେଡ୍ କାର୍ପେଟ୍ ରଖାଯାଇଥିଲା। ସେଠାରେ ବିଭିନ୍ନ ପ୍ରକାରର ‌ଷ୍ଟଣ୍ଟ୍‌ର ସାମ୍ନା କରିଥିଲେ ପ୍ରତିଭାଗୀମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe