ଏହି ଆମେରିକୀୟ ଗାୟକଙ୍କୁ ଡ଼େଟ୍‌ କରୁଛନ୍ତି ପ୍ରିୟଙ୍କା ଚୋପ୍ରା

ଏହି ଆମେରିକୀୟ ଗାୟକଙ୍କୁ ଡ଼େଟ୍‌ କରୁଛନ୍ତି ପ୍ରିୟଙ୍କା ଚୋପ୍ରା

Entertainment Tonight

ମୁମ୍ବାଇ : ବଲିଉଡ୍‌ରେ ଚଳିତ ବର୍ଷ ବିବାହ ଋତୁ ଜାରି ରହିଛି। ଜଣଙ୍କ ପରେ ଜଣେ କଳାକାର ବିବାହ ବନ୍ଧନରେ ବାନ୍ଧି ହେବାରେ ଲାଗିଛନ୍ତି। ଏଣୁ ବର୍ତ୍ତମାନ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରେମ କାହାଣୀ । ତେବେ ପ୍ରିୟଙ୍କା ବିବାହ ପାଇଁ ନୁହଁ ବରଂ ତାଙ୍କ ଡ଼େଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆମେରିକାର ଏକ ମିଡ଼ିଆ ପ୍ରିୟଙ୍କା ଆମେରିକୀୟ ଗାୟକ ନିକ୍‌ ଜୋନ୍ସଙ୍କୁ ଡ଼େଟ କରୁଥିବା ନେଇ ଖବର ପ୍ରକାଶ କରିଛି। ଏ ବିଷୟରେ ପ୍ରିୟଙ୍କାଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ ।

publive-image Bollywoodlife.com

ବଲିଉଡ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ପ୍ରିୟଙ୍କା ହଲିଉଡ୍‌ରେ ମଧ୍ୟ ନିଜର ଅଭିନୟ ଯାତ୍ରା ଜାରି ରଖିଛନ୍ତି । ଟିଭି ସିରିଜ୍‌ କ୍ୱାଣ୍ଟିକୋର ତୃତୀୟ ସଂସ୍କରଣ ସହ ତାଙ୍କର ହଲିଉଡ୍‌ ଯାତ୍ରା ସୁରୁଖୁରୁରେ ଚାଲିଛି। ଏଥିମଧ୍ୟରେ ପ୍ରିୟଙ୍କାଙ୍କ ଫ୍ୟାନ୍‌ଙ୍କ ପାଇଁ ବହୁତ ବଡ଼ ଖବର ଆସିଛି। ନିକଟରେ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି ସେ ଆମେରିକୀୟ ଗାୟକ ନିକ୍‌ ଜୋନ୍ସଙ୍କୁ ଡ଼େଟ୍‌ କରୁଥିବା ବେଳେ ଗତ ବର୍ଷ ମିଟ୍‌ ଗାଲାରେ ଦୁହିଁଙ୍କୁ ଏକା ସାଙ୍ଗରେ ରେଡ୍‌ କାର୍ପେଟରେ ଦେଖିବାକୁ ମିଳିଥିଲା । ଏବେ ଦୁହିଁଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ପାଇଛି। ଆମେରିକୀୟ ମିଡ଼ିଆ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ ପ୍ରିୟଙ୍କା ଏବଂ ନିକ୍‌ ପରସ୍ପରକୁ ଡ଼େଟ୍‌ କରିବା ସହ ପରସ୍ପରକୁ ବହୁତ ପସନ୍ଦ କରୁଛନ୍ତି । କିନ୍ତୁ ପ୍ରିୟଙ୍କା ନିକ୍‌ଙ୍କୁ ନିଜର ଭଲ ସାଙ୍ଗ ବୋଲି ମିଡ଼ିଆ ସାମ୍ନାରେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe