ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ ନିକ୍ ଜୋନସ

Advertisment
ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ ନିକ୍ ଜୋନସ

news18

ନୂଆଦିଲ୍ଲୀ: ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ ନିକ୍ ଜୋନସ। ନ୍ୟୁୟର୍କର ୟାଙ୍କି ଷ୍ଟାଡିୟମରେ ଜୋନସ୍ ବ୍ରଦର୍ସ କନସର୍ଟ ଚାଲିଥିବା ବେଳେ ଘଟିଛି ଏଭଳି ଘଟଣା। କିଛି ଦିନ ତ‌େଳେ ଜୋନସ୍ ବ୍ରଦର୍ସଙ୍କ କନସର୍ଟରେ ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନଜର ଆସିଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସେ ଜୋନସ୍ ବ୍ରଦର୍ସଙ୍କ ଗୀତ ଶୁଣି କାନ୍ଦିଥିବା ଦେଖାଯାଇଥିଲା। ଏବେ କନସର୍ଟର ଆଉ ଏକ ଭିଡିଓ ଭାଇରାଲ ହୋଇଛି। ‌ଏହି ଭିଡିଓରେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ଗାୟକ ନିକ୍ ଜୋନସ୍ ମଞ୍ଚରୁ ଖସିପଡୁଥିବା ଦେଖାଯାଇଛି। ଅବଶ୍ୟ, ସେ ପଡ଼ିବା ପରେ ତୁରନ୍ତ ନିଜେ ଠିଆ ହୋଇ ନିଜର ପ୍ରଦର୍ଶନ ଜାରି ରଖୁଛନ୍ତି, ଯେଉଁଥିରୁ ଅନୁମାନ କରାଯାଉଛି ଯେ ସେ ଅଧିକ ଆହତ ହୋଇନାହାଁନ୍ତି।

ଟ୍ୱିଟରରେ ଜଣେ ଉପଭୋକ୍ତା ନିକଙ୍କ କନସର୍ଟର ୬ସେକେଣ୍ଡର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ନିକ ଏକ ଧଳା ସାର୍ଟ ଏବଂ ହଳଦିଆ ପ୍ୟାଣ୍ଟ ପିନ୍ଧି ମଞ୍ଚରେ ଗୀତ ଗାଉଥିବାର ନଜର ଆସିଛନ୍ତି। ଗୀତ ଗାଇ ଗାଇ ସେ ପଛକୁ ଯାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଉଛି ଏବଂ ସେ ତଳକୁ ଖସିପଡ଼ୁଛନ୍ତି। ଏହା ପରେ ସେ ତୁରନ୍ତ ଉଠିପଡ଼ି ଷ୍ଟେଜ୍ ମଝିକୁ ଦୌଡ଼ୁଛନ୍ତି।

ଏହି ପୋଷ୍ଟରେ ନିକଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ଚିନ୍ତିତ ଥିବା ଦେଖାଯାଇଛି। ଜଣେ ପ୍ରଶଂସକ କହିଛନ୍ତି ଯେ ଏକ ଗୁରୁତର ଦୁର୍ଘଟଣା ଘଟିଯାଇଥାନ୍ତା। ଏହି ସମୟରେ, ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ନିକ ଜୋନସଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ଏଥିସହିତ ଆଉ ଜଣେ ପ୍ରଶଂସକ ଲେଖିଛନ୍ତି - 'ଆଜି କେହି ଜଣେ ଚାକିରି ହରାଇବେ'।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe