ନୂଆଦିଲ୍ଲୀ: ନୂଆ ନୂଆ ମାତାପିତା ହୋଇଛନ୍ତି ‘ଅନ୍ତର୍ଜାତୀୟ’ ତାରକା ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ। ଗତ ଜାନୁଆରିରେ ସ୍ବାମୀ ନିକ୍ ଜୋନାସଙ୍କ ସହ ପ୍ରିୟଙ୍କା ସରୋଗେସି ପ୍ରକ୍ରିୟାରେ ଜନ୍ମିତ ଶିଶୁକୁ ସ୍ବାଗତ କରିଥିଲେ। ପ୍ରାୟ ୧୦୦ ଦିନ ହସ୍ପିଟାଲରେ ରହିବା ପରେ ପ୍ରିୟଙ୍କା ଏବଂ ନିକଙ୍କ ଶିଶୁକନ୍ୟା ଏବେ ଘରକୁ ଫେରିଛି। ଝିଅ ଘରକୁ ଫେରିବା ପରେ ଏବେ ଦୁହେଁ ଝିଅର ଯତ୍ନ ନେବା ଆରମ୍ଭ କରିଛନ୍ତି।
ଘରକୁ ଆସିବା ପରେ ନିକ୍ କେଉଁଭଳି ଭାବରେ ନିଜ ଝିଅକୁ ଶାନ୍ତ କରାଯାଉଛନ୍ତି, ତାହା ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ମିଳିଥିବା ସୂଚନା ମୁତାବକ, ଝିଅ କାନ୍ଦିବା ପରେ ନିକ୍ ତୁରନ୍ତ ଗୀତ ଗାଇବା ଆରମ୍ଭ କରୁଛନ୍ତି। ଏହା ପରେ ନିକଙ୍କ ଗୀତ ଶୁଣି ଝିଅ ଶାନ୍ତ ହେବା ସହ ଶୋଇପଡ଼ୁଛି। ନିଜ ଭାଇଙ୍କ ପରାମର୍ଶ ନେଇ ନିକ୍ ଏଭଳି କରୁଥିବା ଜଣାପଡ଼ିଛି।
ତେବେ ମାତୃ ଦିବସର ବିଶେଷ ଅବସରରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଝିଅର ପ୍ରଥମ ଝଲକକୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଫଟୋରେ, ପ୍ରିୟଙ୍କା ତାଙ୍କ ଝିଅକୁ ଛାତିରେ ଲଗାଇ ରଖିଥିବା ବେଳେ ନିକ୍ ଝିଅର ହାତ ଧରିଥିବା ଦେଖାଯାଇଥିଲା।
Image Courtesy of Zee Newsଉଲ୍ଲେଖଯୋଗ୍ୟ, ‘ସରୋଗେସି’ ଜରିଆରେ ସେ ଓ ତାଙ୍କ ସ୍ବାମୀ ନିକ୍ ଜୋନାସ୍ ଗୋଟିଏ ସନ୍ତାନର ପିତାମାତା ହୋଇଥିବା କଥା ଜାନୁଆରି ମାସରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ୨୦୧୮ରେ ବିବାହ କରିଥିବା ପ୍ରିୟଙ୍କା ଏବଂ ନିକ୍ଙ୍କର ଏହା ହେଉଛି ପ୍ରଥମ ସନ୍ତାନ। ନିକ୍ଙ୍କୁ ଟ୍ୟାଗ୍ କରି ଏ ସଂକ୍ରାନ୍ତରେ ‘ଇନ୍ଷ୍ଟାଗ୍ରାମ୍’ରେ ସେୟାର୍ କରିଥିବା ନୋଟ୍ରେ ପ୍ରିୟଙ୍କା ଲେଖିଥିଲେ, ‘ସରୋଗେଟ୍’ ଜରିଆରେ ସନ୍ତାନଟିଏ ପାଇଥିବା କଥା ସୁନିଶ୍ଚିତ କରି ଆମେ ଆନନ୍ଦରେ ଅଧୀର ହୋଇପଡ଼ିଛୁ। ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଆମେ ପରିବାର ଉପରେ ଧ୍ୟାନ ନିବଦ୍ଧ କରିଥିବାରୁ ଆମକୁ ଟିକେ ନିରୋଳାରେ ଛାଡ଼ିବାକୁ ସବିନୟ ଅନୁରୋଧ। ଆପଣମାନଙ୍କୁ ଅଶେଷ ଧନ୍ୟବାଦ।
Follow Us