ଚର୍ଚ୍ଚା ମଧ୍ୟରେ ଇନଷ୍ଟାରେ ସ୍ବାମୀଙ୍କଠାରୁ ଅଲଗା ହେଉଥିବା ସ୍ପଷ୍ଟ କଲେ ନିହାରିକା

ଚର୍ଚ୍ଚା ମଧ୍ୟରେ ଇନଷ୍ଟାରେ ସ୍ବାମୀଙ୍କଠାରୁ ଅଲଗା ହେଉଥିବା ସ୍ପଷ୍ଟ କଲେ ନିହାରିକା

ହାଇଦ୍ରାବାଦ: ୨୦୨୦ରେ ଖୁବ ଧୁମଧାମରେ ହୋଇଥିଲା ବିବାହ। ହେଲେ ୭ଜନ୍ମ ସାଙ୍ଗରେ ରହିବାକୁ ବଚନ ଦେଇଥିବା ଦମ୍ପତି ଏବେ ମାତ୍ର ୩ବର୍ଷ ପରେ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି। ବିବାହର ୩ବର୍ଷ ପରେ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ଅଭିନେତ୍ରୀ ନିହାରିକା କୋନିଡେଲା। ନିହାରିକା ଡିସେମ୍ବର ୨୦୨୦ରେ ଚୈତନ୍ୟ ଜୋନାଲାଗଡାଙ୍କୁ ବିବାହ କରିଥିଲେ। ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅନେକ ଷ୍ଟାର ଏଥିରେ ଯୋଗ ଦେଇଥିଲେ। ହେଲେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଦୁହେଁ ଇନଷ୍ଟାରେ ପରସ୍ପରକୁ ଅନଫଲୋ କରିବା ସହ ଚୈତନ୍ୟ ନିହାରିକାଙ୍କ ସହ ଥିବା ସବୁ ଫଟୋକୁ ଇନଷ୍ଟାରୁ ହଟାଇ ଦେଇଥିଲେ।

ଏହା ପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ ନିହାରିକା ଇନଷ୍ଟାରେ ଚୈତନ୍ୟଙ୍କଠାରୁ ଅଲଗା ହେଉଥିବା ନେଇ ‌ସ୍ପଷ୍ଟ କରିଛନ୍ତି। ଇନଷ୍ଟା ପୋଷ୍ଟରେ ସେ ଲେଖିଛନ୍ତି, "ଚୈତନ୍ୟ ଏବଂ ମୁଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ମୋର ପରିବାର ଏବଂ ବନ୍ଧୁମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ।" ଏଭଳି ପୋଷ୍ଟ କରିବା ସହ ସେ ନିଜ କମେଣ୍ଟ ସେକ୍ସନକୁ ବନ୍ଦ ରଖିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe