ଦଲଜିତ୍ ନାଇରୋବି ଜୀବନଶୈଳୀକୁ ଗ୍ରହଣ କରିପାରିନଥିଲେ; ମତଭେଦ ପଛର ଏହି କାରଣ ଦେଲେ ନିଖିଲ

ଦଲଜିତ୍ ନାଇରୋବି ଜୀବନଶୈଳୀକୁ ଗ୍ରହଣ କରିପାରିନଥିଲେ; ମତଭେଦ ପଛର ଏହି କାରଣ ଦେଲେ ନିଖିଲ

ମୁମ୍ବାଇ: ଟେଲି ଅଭିନେତ୍ରୀ ଦଲଜିତ୍ କୌର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ଦ୍ୱିତୀୟ ବିବାହରେ ଥିବା ମତଭେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦଲଜିତ ତାଙ୍କ ସ୍ୱାମୀ ନିଖିଲ ପଟେଲଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସେ ନିଖିଲଙ୍କ ଉପରେ ଧୋକା ଦେବାର ଆରୋପ ମଧ୍ୟ ଲଗାଇଛନ୍ତି। ତେବେ ବର୍ତ୍ତମାନ ଦଲଜିତ କୌରଙ୍କ ଏସବୁ ଅଭିଯୋଗ ଉପରେ ନିଖିଲ ପଟେଲ ନିରବତା ଭାଙ୍ଗିଛନ୍ତି।

ଦଲଜିତ୍ କିଛି ଦିନ ତଳେ ନିଖିଲଙ୍କ ଏକ ଇନଷ୍ଟା ପୋଷ୍ଟର ସ୍କ୍ରିନସଟ ସେୟାର କରି ଲେଖିଥିଲେ, ‘‘ବିବାହର ୧୦ ମାସ ପରେ ତୁମ ପତ୍ନୀ ତା’ର ପୁଅକୁ ଧରି ତୁମକୁ ଛାଡ଼ି ଚାଲିଗଲା। ପିଲାମାନଙ୍କ ପାଇଁ ଅନ୍ତତଃ ତୁମେ ଟିକେ ଲାଜ କରିବା ଉଚିତ। ମୁଁ ବହୁତ ଦିନ ଧରି ଚୁପ୍‌ ରହିଲି। ନହେଲେ ମୋ ପାଖରେ କହିବାକୁ ବହୁତ କିଛି ଥିଲା।’’ ଏହି ପୋଷ୍ଟରେ ନିଖିଲ ଏସଏନ ନାମକ ଝିଅ ପାଇଁ ତାଙ୍କୁ ଧୋକା ଦେଇଥିବା ଦାବି କରିଥିଲେ ଦଲଜିତ୍।

ତାଙ୍କର ଏଭଳି ଦାବିକୁ ମିଛ ବୋଲି କହି ନିଖିଲଙ୍କ ମୁଖପାତ୍ର ଏକ ବିବୃତି ଜାରି କରିଛନ୍ତି। ସେଥିରେ କୁହାଯାଇଛି ଯେ, "ଦଲଜିତ୍ ନାଇରୋବିରେ ରହିପାରିନଥିଲେ। ତାଙ୍କୁ ଏଠାକାର ଜୀବନଶୈଳୀକୁ ଗ୍ରହଣ କରିବାକୁ ଅସୁବିଧା ହେଉଥିଲା। ତେଣୁ ସେ ଜାନୁଆରି ୨୦୨୪ରେ ଭାରତ ଚାଲି ଯାଇଥିଲେ। ତାଙ୍କର ଏହି ନିଷ୍ପତ୍ତି ପାଇଁ ଆମ ଭିତରେ ମତଭେଦ ଆରମ୍ଭ ହୋଇଥିଲା।  ସେ ଯେବେ ନାଇରୋବି ଫେରିବେନି ବୋଲି ନିଷ୍ପତ୍ତି ନେଲେ, ସେଦିନ ହିଁ ଆମ ସମ୍ପର୍କର ଅନ୍ତ ହେଲା ବୋଲି ମୁଁ ଭାବି ନେଇଥିଲି। ଏଠାରୁ ଯିବା ପରେ ସେ ଯେଉଁ ସବୁ ପୋଷ୍ଟ କରୁଛନ୍ତି, ତାହା ମୋ ପରିବାରକୁ ଆଘାତ ଦେଉଛି। ଆଶା କରୁଛି ସେ ସେଭଳି କରିବା ବନ୍ଦ କରିଦେବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe