ବଡ଼ ନିକିତାଙ୍କ ପରେ ଏବେ ସାନ ନିକିତାଙ୍କ ପାଳି

Advertisment
ବଡ଼ ନିକିତାଙ୍କ ପରେ ଏବେ ସାନ ନିକିତାଙ୍କ ପାଳି

ଓଲିଉଡ଼୍‍ରେ ଏକ ନାମରେ କେତେଜଣ ଅଭିନେତ୍ରୀ ଅଛନ୍ତି। ସେମାନଙ୍କର ନାମ ସମାନ କିନ୍ତୁ ସାଂଗିଆ ଅଲଗା।କିନ୍ତୁ ଉଭୟେ ଅଭିନୟ କ୍ଷେତ୍ରରେ ବେଶ୍‌ ନାଆଁ କରିଛନ୍ତି।ସେମିତ ଏକ ନାମ ହେଲା ନିକିତା। ହଁ , ଏହି ନାମରେ ଦୁଇଜଣ ନାୟିକା ଅଛନ୍ତି।

ଏମାନଙ୍କୁ ବଡ଼ ନିକିତା ଉଭୟ ବଡ଼ ପରଦା ଓ ଛୋଟ ପରଦାରେ ସକ୍ରିୟ ଅଛନ୍ତି। ସେ ସଞ୍ଜୟ ନାୟକଙ୍କ ଫିଲ୍ମ ‘ତୁ ମୋ ଆଖିର ତାରା’ରେ ପ୍ରଥମେ ଅଭିନୟ କରିଥିଲେ।ଅବଶ୍ୟ ସେଥିରେ ତାଙ୍କର ଭୂମିକାଟି ସଂକ୍ଷିପ୍ତ ଥିଲା। ହେଲେ ପରେ ନିକିତାଙ୍କୁ ‘ଚୋରି ଚୋରି’,‘ମିତ ବସିଚି ମୁଁ ଭୂତ ସାଥିରେ’ଓ‘ଗୁଣ୍ଡା’ ଆଦି ସିନେମାରେ ଦେଖିବାକୁ ମିଳିଛି। ଠିକ୍‌ ସେହିପରି ତାଙ୍କୁ କେତୋଟି ମେଗା ଧାରାବାହିକରେ ବି ଲିଡ ରୋଲରେ ଦେଖିଛନ୍ତି ଦର୍ଶକ।

publive-image
ସାନ ନିକିତା ଶିଶୁ କଳାକାର ଭାବେ ବଡ଼ ପରଦା ଓ ଛୋଟ ପରଦାରେ କାମ କରିଛନ୍ତି। କିନ୍ତୁ ବଡ଼ ପରଦାରେ ଏଇ ନିକଟରେ ଡ଼େବ୍ୟୁ କରିଛନ୍ତି ନିକିତା।ସେ ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ଛବି ‘ଯୋଗୀ’ର ନବାଗତା ନାୟିକା।ତାଙ୍କ ପୁରା ନାମ ହେଲା ନିକିତା ମିଶ୍ର। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଂଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସେ ନବାଗତ ଆର୍ଯ୍ୟନ୍‌ ଦାଶ କୁମାରଙ୍କ ବିପକ୍ଷରେ ଦେଖିବାକୁ ପାଇବେ ଦର୍ଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe