ଫ୍ୟାସନ୍ ସୋ’ରେ ନୀଳପରୀ ନ୍ୟାସା

Advertisment
ଫ୍ୟାସନ୍ ସୋ’ରେ ନୀଳପରୀ ନ୍ୟାସା

ଦିଲ୍ଲୀରେ ଆୟୋଜିତ ମନୀଷ ମାଲହୋତ୍ରାଙ୍କ ଲାକ୍‌ମୀ ଫ୍ୟାସନ୍ ୱିକ୍‌ରେ ‘ଡିଫ୍ୟୁଜ୍’ କଲେକ୍ସନ୍ ସୋ’ରେ ଏଥର ନ୍ୟାସା ତାଙ୍କ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ନ୍ୟାସା ହେଉଛନ୍ତି ବଲିଉଡ୍‌ର ପରିଚିତ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ କାଜଲଙ୍କ ଝିଅ। ଉଭୟ ବାପା ଓ ମା’ ସୁଦକ୍ଷ କଳାକାର ହେଇଥିବାରୁ ଦୁହିତା ନ୍ୟାସାଙ୍କ ଉପରେ ମନୀଷ ଭରସା କରିଥିଲେ, ନ୍ୟାସା ମଧ୍ୟ ଏହି ସୋ’ରେ ଆଶାଜନକ ପ୍ରଦର୍ଶନ ଦେଇଥିଲେ। ନ୍ୟାସାଙ୍କ ବେଶପୋଷାକ ଓ ଚେହେରାରେ ଯେତିକି ଚମକ ଥିଲା ତାଙ୍କ ଉପସ୍ଥାପନା ମଧ୍ୟ ସେତିକି ଚମତ୍କାର ଥିଲା। ବିବିଧବର୍ଣ୍ଣର ଟପ୍ ସାଙ୍ଗକୁ ଏହା ଉପରେ ପକ୍ଷୀର ‌େଡଣା ସଦୃଶ ବ୍ଲେଜର୍ ପିନ୍ଧିଥିଲେ।

ପୁଣି ଏହା ଉପରେ ଏକ ଲମ୍ବା ଓଢଣା ପକେଇଥିଲେ। ସେ ପିନ୍ଧିଥିବା କଳାରଙ୍ଗର ଲମ୍ବା ସ୍କର୍ଟର ନିମ୍ନଭାଗରେ ଥିବା ଏ‌େମ୍ବ୍ରାଡୋରି ଚିକମିକ୍ ମାରୁଥିଲା। ଏହାସହିତ ସେ ପାଦରେ ହାଇହିଲ୍ ମଧ୍ୟ ପିନ୍ଧିଥିଲେ। ତାଙ୍କ ଦେହର ରଙ୍ଗ ସାଙ୍ଗକୁ ଏଭଳି ପୋଷାକ ବେଶ୍ ଫ୍ୟାସନେବଲ୍ ଲାଗୁଥିଲା। ନ୍ୟାସା ସତେଯେମିତି ନୀଳ ପରୀଟିଏ ପରି ଲାଗୁଥିଲେ। ଏଇ ଫ୍ୟାସନ୍ ସୋ’ରେ ନ୍ୟାସାଙ୍କ ବ୍ୟତୀତ ଜାହ୍ନବୀ କପୁର, ଅନନ୍ୟା ପାଣ୍ଡେ, ସୋନମ ବାଜୱା, ସିଦ୍ଧାର୍ଥ ଚତୁର୍ବେଦୀ, ଶନାୟା କପୁର ଯୋଗ ଦେଇଥିଲେ। ସୋ’ରେ ମଡେଲମାନେ ବିବିଧ ପୋଷାକ ଓ ଚମକିବା ଭଳି ମେକଅପ୍ ନେଇ ମଞ୍ଚ ଉପରକୁ ଉଠିଥିଲେ ଯାହା ଉପସ୍ଥିତ ଫ୍ୟାସନ୍‌ପ୍ରେମୀଙ୍କୁ ବିମୋହିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe