ନୂଆଦିଲ୍ଲୀ: ଅଭିନେତା ଧନୁଷଙ୍କ ସହ "ଇଡଲି କଢାଇ" ସିନେମାରେ ଅଭିନୟ କରିଥିବା ନିତ୍ୟା ମେନନ ସମ୍ପ୍ରତି ଦେଇଥିବା ଏକ ବୟାନ ବେଶ ଚର୍ଚ୍ଚାର ପରିସରରେ ରହିଛି।
ଜାତୀୟ ପୁରସ୍କାର ପାଇବା ସମୟରେ ନିତ୍ୟା ମେନନଙ୍କ ନଖରେ ଲାଗିଥିଲା ଗୋବର
ନିତ୍ୟା କହିଛନ୍ତି,‘ମୁଁ ଜାତୀୟ ପୁରସ୍କାର ପାଇବା ସମୟରେ ମୋ ନଖରେ ଗୋବର ଲାଗିଥିଲା। କାରଣ ପୁରସ୍କାର ପାଇବାର ପୂର୍ବ ଦିନ ରାତିରେ ସିନେମା ପାଇଁ ଏକ ଦୃଶ୍ୟ ସୁଟିଂ ଥିଲା। ଯେଉଁଥିରେ ମୋତେ ହାତରେ ଗୋବର ଉଠାଇବାରଥିଲା। ସୁଟିଂ ସରୁସରୁ ରାତି ହୋଇ ଯାଇଥିଲା। ସୁଟିଂ ସମୟରେ ନଖରେ ପଶିଥିବା ଗୋବରକୁ ବାହାର କରିବା ପାଇଁ ସମୟ ପାଇ ପାରି ନଥିଲି। ତେଣୁ ସେହି ହାତରେ ମୁଁ ତା’ପରଦିନ ଜାତୀୟ ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଯାଇଥିଲି। ଏହା ମୋ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିଯିବ।’
ଅଧିକପଢ଼ନ୍ତୁ:case ପୂର୍ବତନ ପ୍ରେମିକା ସହିତ ମିଶି ଘିଅ, ତେଲ ଏବଂ ମଦ ଢ଼ାଳି ଲିଭଇନ ପାର୍ଟନରଙ୍କୁ ଜାଳି ଦେଲା ପ୍ରେମିକା
"ତିରୁଚିତ୍ରମ୍ବଲମ୍" ଫିଲ୍ମ ପାଇଁ ମିଳିଥିଲା ଜାତୀୟ ପୁରସ୍କାର
ନିତ୍ୟା ମେନନଙ୍କୁ "ତିରୁଚିତ୍ରମ୍ବଲମ୍" ଫିଲ୍ମ ପାଇଁ ଜାତୀୟ ପୁରସ୍କାର ମିଳିଥିଲା, ଯେଉଁଥିରେ ଧନୁଷ ମଧ୍ୟ ଅଭିନୟ କରିଥିଲେ।
"ଇଡଲି କଢାଇ" ବିଷୟରେ କହିବାକୁ ଗଲେ, ଏହା ଅକ୍ଟୋବର ୧ ତାରିଖରେ ମୁକ୍ତିଲାଭ କରିଥିଲା। ଏହା ଏବେ ଓଟିଟି ପ୍ଲାଟଫର୍ମ ନେଟଫିଲକ୍ସରେ ଦର୍ଶକ ଦେଖି ପାରିବେ। ଏହି ଫିଲ୍ମରେ ଧନୁଷ, ଶାଲିନୀ ପାଣ୍ଡେ, ସତ୍ୟରାଜ ଏବଂ ଅରୁଣ ବିଜୟ ମଧ୍ୟ ଅଭିନୟ କରିଛନ୍ତି। ଧନୁଷ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଥିଲେ।
ଅଧିକପଢ଼ନ୍ତୁ:ସମୁଦ୍ରରୁ ସୁ ସୁ ଗର୍ଜନ କରି ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା, ଆସନ୍ତାକାଲି ରାତିରେ କରିବ ଲ୍ୟାଣ୍ଡଫଲ୍
Cow Dung national awards
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/nthya-meneon-2025-10-27-17-35-00.jpg)