ଭୁବନେଶ୍ବର: ବାତ୍ୟା ମୋନ୍ଥାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥାର ଗତି ଧିରେ ଧିରେ ଆଗକୁ ବଢୁଛି । ଆସନ୍ତାକାଲି ରାତିରେ ସ୍ଥଳଭାଗ ଛୁଇଁବ ଅର୍ଥାତ ଲ୍ୟାଣ୍ଡଫଲ କରିବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋରରେ ବାତ୍ୟା ରୂପରେ ଓଡ଼ିଶା ଦେଇ ଗତି କରିବ । ବାତ୍ୟା ଅତିକ୍ରମ କଲାବେଳେ ଏହାର ପ୍ରଭାବ ଓଡିଶା ଉପରେ ପଡିବ । ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ । କୋରାପୁଟ , ମାଲକାନଗିରି , ନବରଙ୍ଗପୁର ଦେଇ ଗତି କରିବ ମୋନ୍ଥା । ଏହି ସମୟରେ ପବନର ବେଗ ୬୦ରୁ ୭୦ କିମି ରହିବ । ଅତି ବେଶୀରେ ପବନର ବେଗ ୮୦ କିମି ରହିବ । ଛତିଶଗଡ଼ରେ ପହଞ୍ଚିଲା ବେଳକୁ ଅବପାତ ହୋଇ ଦୁର୍ବଳ ହେବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ-
Pregnant woman stuck in water stream: ଜଳସ୍ରୋତରେ ଫସି ରହିଥିବା ଗର୍ଭବତୀ ମହିଳା ଉଦ୍ଧାର
ଗୋପାଳପୁରରେ ସବୁ ହୋଟେଲ ବନ୍ଦ
ସେପଟେ ବାତ୍ୟାକୁ ଲକ୍ଷ୍ୟ ରଖି ଆସନ୍ତା ୩ ଦିନ ଯାଏଁ ଗୋପାଳପୁରରେ ସବୁ ହୋଟେଲ ବନ୍ଦ ରହିବ । ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ସବୁ ବୁକିଂ, ସଂରକ୍ଷଣ ବାତିଲ ଲାଗି ନିର୍ଦ୍ଦେଶ । ୨୭ ରୁ ୨୯ ଯାଏଁ ବାତିଲ ହେଲା । ନିୟମ ନ ମାନିଲେ ବିପର୍ଯ୍ୟୟ ପରିଚାଳନା ଦଫା ଲାଗିବ । ଅନ୍ୟପଟେ ବାତ୍ୟା ମୋନ୍ଥା ପ୍ରଭାବ ପାଇଁ ୮ଟି ଟ୍ରେନ୍ ବାତିଲ । ଆଜି ଓ ଆସନ୍ତାକାଲି ପାଇଁ ଚଳାଚଳ ବନ୍ଦ । କୋଠାଭାଲସା–କିରାଣ୍ଡୁଲ ରେଳପଥରେ ଭୂସ୍ଖଳନ ଆଶଙ୍କା ଥିବାରୁ ଆଠଟି ଟ୍ରେନକୁ ବାତିଲ କରାଯାଇଛି।
ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ
ଅନ୍ୟପଟେ ଆଜି ଠାରୁ ୩୦ ତାରିଖ ଯାଏ୍ଁ ୮ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ । ମାତ୍ର ଏହି ସବୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ଦେଓରଂଜନ ସିଂହ ସୂଚନା ଦେଇଛନ୍ତି । ଏଣୁ ବର୍ଷା ସମୟରେ ଘରୁ ନ ବାହାରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅନୁରୋଧ କରିଛନ୍ତି । ବାତ୍ୟା ମନ୍ଥା ପାଇଁ ୮ ଜିଲ୍ଲା ହେବ ପ୍ରଭାବିତ । ତେଣୁ ସେହିସବୁ ଜିଲ୍ଲାର ୩୦ ତାରିଖ ଯାଏଁ ସମସ୍ତ ସ୍କୁଲ, ଅଙ୍ଗନବାଡି ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଅଙ୍ଗନବାଡି ବନ୍ଦ ରହିବ କିନ୍ତୁ ଶୁଖିଲା ଖାଦ୍ୟ ଶିଶୁଙ୍କ ଘରକୁ ପଠାଯିବ । ବାତ୍ୟା ପ୍ରଭାବିତ ୮ ଜିଲ୍ଲାରେ ସବୁ ସରକାର କର୍ମଚାରୀଙ୍କ ଛୁଟି ବାତିଲ ।
ଅଧିକ ପଢନ୍ତୁ-
Cyclone Montha, Rain Alert: ୮ ଜିଲ୍ଲାକୁ ବର୍ଷା ଆଲର୍ଟ: ଜାଣନ୍ତୁ ବାତ୍ୟା ପ୍ରଭାବରେ କେଉଁଠି ହେବ ବର୍ଷା-ପବନ ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/27/cyclone-land-fall-2025-10-27-17-23-44.jpg)