ଭୁବନେଶ୍ବର: ଆଗାମୀ ୩ ଘଣ୍ଟାରେ ୮ ଜିଲ୍ଲାରେ ବର୍ଷିବ ବର୍ଷା , ୟେଲୋ ୱାର୍ଣ୍ଣିଂ ଜାରି । ଭଦ୍ରକ , ବାଲେଶ୍ୱର , କେନ୍ଦୁଝରକୁ ଚେତାବନୀ ସହ ମୟୁରଭଞ୍ଜ , ଗଞ୍ଜାମ , ପୁରୀ , ଜଗତସିଂହପୁର , କେନ୍ଦ୍ରାପଡ଼ାକୁ ବିଜୁଳି , ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ କହିଛି ପାଣିପାଗ ବିଭାଗ । ସମୟକ୍ରମେ ବଢୁଛି ବାତ୍ୟାର ବେଗ । ଏବେ ଘଣ୍ଟାପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି । କାକିନାଡ଼ାରୁ ୬୦୦ କିମି ଓ ଗୋପାଳପୁରରୁ ୭୫୦ କିମି ଦୂରରେ ରହିଛି । ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହୋଇ କାକିନାଡ଼ା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା । ଏପଟେ ବିଶାଖାପାଟନମ୍ ରାଡର୍ରେ ବାତ୍ୟାର ବାହ୍ୟ ବଳୟ ଦୃଶ୍ୟମାନ ହେବାସହ ଆନ୍ଧ୍ରପ୍ରଦେଶ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇ ଯାଇଛି ।
ଆହୁରି ପଢନ୍ତୁ-
Cyclone Montha: ପଡ଼ିଲା ବାତ୍ୟାର ପ୍ରଭାବ ! ଭୁବନେଶ୍ବରରେ ବର୍ଷା-ପବନ, କଟକ ଆକାଶରେ ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ...
ବାତ୍ୟା ମୋନ୍ଥା ମୁକାବିଲା ନେଇ ହୋଇସାରିଛି ଉଚ୍ଚସ୍ତରୀୟ ବୈଠକ । ବାତ୍ୟା ମୋନ୍ଥା ମୁକାବିଲା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା । କହିଲେ, ବାତ୍ୟାର ଗତି ବଢ଼ିଚାଲିଛି । ଜିଲ୍ଲା , ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଆମେ ପ୍ରସ୍ତୁତ ଅଛୁ , ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ସେପଟେ ଆସନ୍ତା ୩ ଦିନ ଯାଏଁ ଗୋପାଳପୁରରେ ସବୁ ହୋଟେଲ ବନ୍ଦ ରହିବ । ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ସବୁ ବୁକିଂ, ସଂରକ୍ଷଣ ବାତିଲ ଲାଗି ନିର୍ଦ୍ଦେଶ । ୨୭ ରୁ ୨୯ ଯାଏଁ ବାତିଲ ହେଲା । ନିୟମ ନ ମାନିଲେ ବିପର୍ଯ୍ୟୟ ପରିଚାଳନା ଦଫା ଲାଗିବ ।
ବାତ୍ୟା ପ୍ରଭାବ, ଟ୍ରେନ୍ ବାତିଲ୍
ଅନ୍ୟପଟେ ବାତ୍ୟା ମୋନ୍ଥା ପ୍ରଭାବ ପାଇଁ ୮ଟି ଟ୍ରେନ୍ ବାତିଲ । ଆଜି ଓ ଆସନ୍ତାକାଲି ପାଇଁ ଚଳାଚଳ ବନ୍ଦ । କୋଠାଭାଲସା–କିରାଣ୍ଡୁଲ ରେଳପଥରେ ଭୂସ୍ଖଳନ ଆଶଙ୍କା ଥିବାରୁ ଆଠଟି ଟ୍ରେନକୁ ବାତିଲ କରାଯାଇଛି।
ଆହୁରି ପଢନ୍ତୁ-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/27/rain-alert-2025-10-27-16-58-40.jpg)