ଭୁବନେଶ୍ବର: ପଡିଲାଣି ବାତ୍ୟାମୋନ୍ଥାର ପ୍ରଭାବ । ଭୁବନେଶ୍ବରରେ କରିଥିଲା ଖରାଟିଆ ପାଗ, ହଠାତ ଘୋଟିଆସିଲା ମେଘ । ଖରା-ବର୍ଷାର ଲୁଚକାଳି ଖେଳ ଭିତରେ ହଠାତ୍ ବର୍ଷା ହୋଇଛି । ହାଲକା ପବନ ହେବା ସହ ବର୍ଷାରେ ଭିଜିଛି ଭୁବନେଶ୍ବର । ପ୍ରାୟ ୧୫ରୁ ୨୦ ମିନିଟ୍ ଯାଏଁ ବର୍ଷା ରାଜଧାନୀରେ ହୋଇଥିବାରୁ ରାସ୍ତାରେ ଯାଉଥିବା ଲୋକ ଅନେକ ହଇରାଣ ହୋଇଛନ୍ତି । ଆକାଶରେ ବର୍ଷାର କୌଣସି ସଂକେତ ନଥିବା ବେଳେ ଖରା ସାଙ୍ଗକୁ ଆକାଶ ପରିଷ୍କାର ଥିବା ବେଳେ ବର୍ଷା ହଠାତ୍ ହେବା ପରେ ବାଟରେ ଅନେକ ହନ୍ତସନ୍ତ ହୋଇଛନ୍ତି ।
/filters:format(webp)/sambad/media/media_files/2025/10/27/cyclone-update-2025-10-27-15-56-58.jpg)
ଅଧିକ ପଢନ୍ତୁ-
Cyclone ‘Montha’ Combat preparation: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ୯୭ ଗର୍ଭବତୀ ମା’ ଗୃହକୁ ସ୍ଥାନାନ୍ତର
କଟକ ଆକାଶରେ କଳାହାଣ୍ଡିଆ ମେଘ
ସେପଟେ କଟକରେ ବି ବାତ୍ୟାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ସାଙ୍ଗକୁ କଟକରେ ପବନ ହେଇଛି । ହଠାତ୍ କଟକ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଆସିବା ସହ ପବନ ବହିଥିଲା ଏବଂ ବର୍ଷା କାଚିଥିଲା ।
୩ ଘଣ୍ଟାରେ ୮ ଜିଲ୍ଲାରେ ବର୍ଷିବ
ତେବେ ଆଗାମୀ ୩ ଘଣ୍ଟାରେ ୮ ଜିଲ୍ଲାରେ ବର୍ଷିବ ବର୍ଷା । ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭଦ୍ରକ , ବାଲେଶ୍ୱର , କେନ୍ଦୁଝରକୁ ଚେତାବନୀ ସହ ମୟୁରଭଞ୍ଜ , ଗଞ୍ଜାମ , ପୁରୀ , ଜଗତସିଂହପୁର , କେନ୍ଦ୍ରାପଡ଼ାକୁ ବିଜୁଳି , ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ କହିଛି ପାଣିପାଗ ବିଭାଗ । ସମୟକ୍ରମେ ବଢୁଛି ବାତ୍ୟାର ବେଗ । ଏବେ ଘଣ୍ଟାପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି । କାକିନାଡ଼ାରୁ ୬୦୦ କିମି ଓ ଗୋପାଳପୁରରୁ ୭୫୦ କିମି ଦୂରରେ ରହିଛି । ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହୋଇ କାକିନାଡ଼ା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା । ଏପଟେ ବିଶାଖାପାଟନମ୍ ରାଡର୍ରେ ବାତ୍ୟାର ବାହ୍ୟ ବଳୟ ଦୃଶ୍ୟମାନ ହେବାସହ ଆନ୍ଧ୍ରପ୍ରଦେଶ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇ ଯାଇଛି ।
ଅଧିକ ପଢନ୍ତୁ-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/27/bhubaneswar-rain-2025-10-27-16-12-06.jpg)