ରାୟଗଡା: ବାତ୍ୟା ମୋନ୍ଥା ପ୍ରଭାବକୁ ରାୟଗଡା ଜିଲ୍ଲାରେ ଦୃଷ୍ଟିରେ ରଖି ୯୭ଜଣ ଗର୍ଭବତୀ ମହିଳାଙ୍କୁ ମା ଗୃହ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ପାଖାପାଖି ୧୫୦ ଜଣ ଗର୍ଭବତୀ ମହିଳାଙ୍କୁ ଚି଼ହ୍ନଟ କରାଯାଇଛି ଏବଂ ଖୁବ ଶୀଘ୍ର ସେମାନଂକୁ ମା’ ଗୃହ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରାଯାଇଥିବା ବେଳେ ରାୟଗଡା ଜିଲ୍ଲାକୁ ରେଡଜୋନରେ ରହିଥିବା ପାଣିପାଗ ବିଭାଗିୟ ସୂତ୍ରରୁ ଜଣାପଡିଛି ।
ରାୟଗଡା ଜିଲ୍ଳାପାଳ ଆଶୁତୋଷ କୁଲକର୍ଣୀ ଓ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ପ୍ରଶାସନ ପକ୍ଷରୁ ଲାଇନ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସମସ୍ତେ ସମ୍ଭାବ୍ୟ ବର୍ଷାକୁ ନେଇ ପ୍ରସ୍ତୁତ ହୋଇ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଳାର ତିନୋଟି ବାତ୍ୟା ଆଶ୍ରୟସ୍ଥଳୀ ଗୁଣପୁରର ବିକ୍ରମପୁର,ବିଷମକଟକର କୁଟ୍ରାଗଡ ଓ ରାୟଗଡା ବ୍ଲକର ହାଟ ଶେଷଖାଲକୁ ପ୍ରସ୍ତୁତ ରଖାଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି । ସମସ୍ତ ବ୍ଳକର ବିଡିଓ,ତହସିଲଦାର ଏବଂ ଜରୁରୀକାଳୀନ କାର୍ଯ୍ୟାଳୟ ୨୪ଘଣ୍ଟା କାର୍ଯ୍ୟ କରିବ ବୋଲି କହିଛନ୍ତି ଜିଲ୍ଳାପାଳ କୁଲକର୍ଣୀ ପ୍ରକାଶ କରିଛନ୍ତି ।
ଆହୁରି ପଢ଼ନ୍ତୁ:Sachin Pilgaonkar on satish shah: ପତ୍ନୀଙ୍କ ଯତ୍ନ ନେବାକୁ Kidney transplant କରିଥିଲେ ସତୀଶ: ସଚିନ୍
ଗତ ଦଶହରା ୨ତାରିଖରେ ଲଘୁଚାପଜନିତ ବାତ୍ୟା ପ୍ରଭାବରେ ରାୟଗଡା ଜିଲ୍ଲାର ୬ଟି ବ୍ଲକ ପ୍ରଭାବିତ ହୋଇଥିଲା ସେଥିମଧ୍ୟରୁ ଗୁଣପୁର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ରାୟଗଡା ଜିଲ୍ଲାରେ ସମୁଦାୟ ୨୧୫.୪୭୨ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିଲା ବେଳେ କେବଳ ଗୁଣପୁର ବ୍ଲକରେ ସର୍ବାଧିକ ୧୨୪.୧୭୨ ହେକ୍ଟର ଜମିରେ ଧାନ ଏବଂ ଅଣଧାନ ଫସଲ ନଷ୍ଟ ହୋଇଥିଲା।
ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳରେ ବଡଧରଣର ଭୁସ୍ଖଳନ ହେବା ସହ ଜିଲ୍ଲାରେ ୧୨ଟି ଗ୍ରାମାଞ୍ଚଳ ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା । ଏପରିକି ବଂଶଧାରା ନଦୀରେ ଗୁଣପୁର ଏବଂ ଗୁଡାରୀ ଠାରେ ପାଣି ବିପଦ ସଂକେତ ଉପରେ ପ୍ରବାହିତ ହୋଇଥିଲା ।
ବାତ୍ୟା ପ୍ରଭାବରେ ଭୁସ୍ଖଳନ ଆଶଙ୍କା
ମୋନ୍ଥା ବାତ୍ୟା ପ୍ରଭାବରେ ପୁନର୍ବାର ଭୁସ୍ଖଳନ ଆଶଙ୍କା ରହିଥିବା ଯୋଗୁ ଏଥିପ୍ରତି ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସମସ୍ତ ତହସିଲରେ ଆବଶ୍ୟକୀୟ ପଲିଥିନ ମହଜୁଦ ଥିବା ବେଳେ ରାୟଗଡା ଓ ଗୁଣପୁର ଉପଜିଲ୍ଲାପାଳ ନିୟମିତ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ବଡନାଳ ଏବଂ ହରଭଙ୍ଗି ରିଜର୍ଭରର ବନ୍ୟାଜଳକୁ ଛଡାଗଲେ ବଂଶଧାରା ନଦୀରେ ପାଣି ବୃଦ୍ଧି ପାଇବ । ଏଣୁ ଉଭୟ ରିଜର୍ଭରରେ ସେମାନଙ୍କ ଜଳଧାରଣା ଶକ୍ତି ୮୫% କରାଯାଇଛି। ବର୍ଷା ପରିସ୍ଥିତିକୁ ଦେଖି ପୁନର୍ବାର ଜଳ ନିଷ୍କାସନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଆହୁରି ପଢ଼ନ୍ତୁ:Rohit Sharma: ଚର୍ଚ୍ଚା ପାଲଟିଛି ରୋହିତଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍
ରାୟଗଡା ଅଗ୍ନିଶମ ବାହିନୀ "ମୋନ୍ଥା "ବାତ୍ୟାର ମୁକାବିଲା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଥିବା ଅଧିକାରୀ ସୂଚନା ଦେଇଛନ୍ତି। ବାତ୍ୟା ମୋନ୍ଥାର ମୁକାବିଲା ନିମନ୍ତେ ସୋମବାର କଟକରୁ ଏକ ଏନଡିଆରଏଫ୍ ଟିମ୍ ସଂନ୍ଧ୍ଯା ସୁଦ୍ଧା ରାୟଗଡା ରେ ଆସି ପହଞ୍ଚିବେ। ଯେଉଁ ଟିମ୍ ରେ ତିନି ଜଣ ଅଧିକାରୀଙ୍କ ସମେତ ୩୩ ଜଣ ଯବାନ ରହିଛନ୍ତି ବୋଲି ପ୍ରଶାସନ ସୂଚନା ଦେଇଛି ।
ଶିବପ୍ରସାନ ଦୋରା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/27/cyclone-montha-combat-preparation-97-pregnant-mothers-shifted-to-homes-in-view-of-cyclone-montha-2025-10-27-15-46-38.jpg)