ବିଚାରକ ଆସନକୁ ଫେରୁଛନ୍ତି ନୀତି

Advertisment
ବିଚାରକ ଆସନକୁ ଫେରୁଛନ୍ତି ନୀତି

ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ନୀତି ମୋହନ କେତେକ ସ୍ମରଣୀୟ ହିନ୍ଦୀ ଗୀତ ଗାଇ ସଂଗୀତପ୍ରେମୀଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିସାରିଛନ୍ତି। କେବଳ ଏତିକି ନୁହେଁ, ସେ ବିଭିନ୍ନ ମନୋରଂଜନଧର୍ମୀ ପ୍ରତିଯୋଗିତାରେ ବିଚାରକ ଏବଂ ବାସ୍ତବଧର୍ମୀ କାର୍ଯ୍ୟକ୍ରମରେ ଅତିଥି ରୂପେ ଦେଖାଦେଇଥାଆନ୍ତି। ତେବେ ପ୍ରଥମ ଥର ପାଇଁ ସେ ଏକ ସଂଗୀତଭିତ୍ତିକ ବାସ୍ତବଧର୍ମୀ କାର୍ଯ୍ୟକ୍ରମରେ ବିଚାରକ ସାଜିବାକୁ ଯାଉଛନ୍ତି। ଲୋକପ୍ରିୟ ସଂଗୀତ କାର୍ଯ୍ୟକ୍ରମ ‘ସା ରେ ଗା ମା ପା ଲିଟିଲ୍ ଚ୍ୟାମ୍ପ୍‌ସ’ର ନବମ ସଂସ୍କରଣରରେ ନୀତି ବରିଷ୍ଠ ଗାୟକ-ସଂଗୀତ ନିର୍ଦେଶକ ଶଙ୍କର ମହାଦେବନ ଓ ଅନୁ ମଲ୍ଲିକଙ୍କ ସହିତ ବିଚାରକ ଆସନରେ ବସିବେ।

ଉଲ୍ଲେଖଯୋଗ୍ୟ ଯେ ମାତୃତ୍ବଲାଭ ପରେ ପ୍ରଥମ ଥର ପାଇଁ ସେ ଏହି କାର୍ଯ୍ୟକ୍ରମରେ ଦେଖାଦେବେ। ୪୨ ବର୍ଷୀୟା ନୀତି ଏ ନେଇ ବେଶ୍‌ ଉତ୍ସାହିତ। ଶଙ୍କର ମହାଦେବନ ଓ ଅନୁ ମଲ୍ଲିକଙ୍କ ସହିତ ବିଚାରକ ମଣ୍ଡଳୀରେ ରହିବା ସମୟକୁ ସେ କେବଳ ଉପଭୋଗ କରିବେ ନାହିଁ, ବରଂ ସେମାନଙ୍କଠାରୁ ଅନେକ କିଛି ଶିଖିବେ ବୋଲି ସେ ଆଶା ରଖିଛନ୍ତି। ନୀତି ଏବେ ସାରା ଦେଶରେ କୁନିକୁନି ପ୍ରତିଭାବାନ୍ ପିଲାଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି। ସେ ଛୋଟ ପିଲାଙ୍କୁ ଖୁବ୍ ଭଲପାଆନ୍ତି, ତେଣୁ ସେମାନଙ୍କ ଠାରେ ଥିବା ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିବାକୁ ବିଶେଷ ଉଦ୍ୟମ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ‘ଷ୍ଟୁଡେଣ୍ଟ ଅଫ ଦି ଇୟର୍’ ଚଳଚ୍ଚିତ୍ରର ‘ଇସ୍କ ଵାଲା ଲଭ୍‌’ ଗୀତରେ କଣ୍ଠ ଦେଇ ସେ ପ୍ରଥମେ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେହି ବର୍ଷ ‘ଜବ ତକ ହୈ ଜାନ’ ଚଳଚ୍ଚିତ୍ରର ‘ଜିୟା ରେ’ ଗୀତଟି ମଧ୍ୟ ତାଙ୍କ ଲୋକପ୍ରିୟତା ବଢ଼ାଇଥିଲା। ନିକଟରେ ମୁକ୍ତିଲାଭ କରି ବିଶେଷ ଲୋକାଦୃତ ହୋଇଥିବା ତାଙ୍କର ଆଉ ଦୁଇଟି ଗୀତ ହେଉଛି ‘ଗଙ୍ଗୁବାଇ କାଠିଆଵାଡ଼ି’ର ‘ମେରୀ ଜାନ୍’ ଓ ‘ସମଶେରା’ର ‘ଫିତୁର’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe