୪ବର୍ଷ ହେଲା କାମ ମିଳୁନଥିଲା, ବ୍ୟବସାୟ ନଚାଲିବାରୁ ଭାଙ୍ଗିପଡ଼ିଥିଲେ ନିତିନ: ପତ୍ନୀ

ଟିଭି ଅଭିନେତା ନିତିନ ଚୌହାନ ୩୫ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ଦେଇଛନ୍ତି। ବର୍ତ୍ତମାନ ପୁଲିସ ନିଶ୍ଚିତ କରିଛି ଯେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀ ଏବେ ଆତ୍ମହତ୍ୟା ପଛର କାରଣ ଜଣାଇଛନ୍ତି।

RETRE

ମୁମ୍ବାଇ: ନଭେମ୍ବର ୭ରେ 'ଦାଦାଗିରି ୨' ଜିତି ଲୋକପ୍ରିୟ ହୋଇଥିବା ଟିଭି ଅଭିନେତା ନିତିନ ଚୌହାନ ଜୀବନ ହାରିଥିଲେ। ୩୫ବର୍ଷ ବୟସରେ ସେ କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ, ତାହା ସବୁଠୁ ବଡ଼ ପ୍ରଶ୍ନ ପାଲଟିଥିବା ବେଳେ ଏବେ କାରଣ ସାମ୍ନାକୁ ଆସିଛି। ନିତିନଙ୍କ ପତ୍ନୀ ପୁଲିସର ପଚରାଉଚରା ବେଳେ ସବୁ ଜଣାଇଛନ୍ତି। ଆର୍ଥିକ ସମସ୍ୟାର ସମାଧାନ କରିବାକୁ ନିତିନ ସବୁ ପ୍ରକାର ଚେଷ୍ଟା କରି ହାରିବା ପରେ ଏଭଳି କରିଥିବା କହିଛନ୍ତି ପତ୍ନୀ । 

ତାଙ୍କ କହିବା ମୁତାବକ, ୩-୪ବର୍ଷ ହେଲାଣି ନିତିନଙ୍କୁ କୌଣସି ଟିଭି ଧାରାବାହିକ ବା ଫିଲ୍ମରେ କାମ ମିଳୁନଥିଲା। ଏହା ପରେ ସେ ବାଧ୍ୟ ହୋଇ ଆଇସକ୍ରିମ୍ ବ୍ୟବସାୟ ଆରମ୍ଭ କରିଥିଲେ। ହେଲେ ଏହା ମଧ୍ୟ ଭଲରେ ଚାଲିନଥିଲା। ଏସବୁକୁ ନେଇ ପରିବାରରେ ଅଶାନ୍ତି ଆରମ୍ଭ ହୋଇଥିଲା। କାମ ନମିଳିବାରୁ ନିତିନ ଅବସାଦଗ୍ରସ୍ତ ହୋଇଥିଲେ ଏବଂ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ଘଟଣା ଦିନ ନିତିନ ଘରେ ଏକା ଥିଲେ। ମୁଁ ଝିଅକୁ ଖେଳାଇବାକୁ ପାର୍କକୁ ଯାଇଥିଲି। ଏମଧ୍ୟରେ ସେ ଜୀବନ ହାରିଥିଲେ। ପାର୍କରୁ ଫେରିବା ପରେ ମୁଁ କବାଟ ବାଡାଇଥିଲେ ବି ସେ ଖୋଲିନଥିଲେ। ପଡୋଶୀଙ୍କ ସାହାଯ୍ୟରେ କବାଟ ଭାଙ୍ଗି ଭିତରକୁ ଯିବା ପରେ ତାଙ୍କୁ ପଙ୍ଖାରେ ଝୁଲୁଥିବାର ଦେଖିଥିଲି। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ୟୁପିର ଅଲିଗଡ ଜିଲ୍ଲାର ବାସିନ୍ଦା ନିତିନ ଏମଟିଭିର 'ସ୍ପିଲଟ୍ସଭିଲା ସିଜନ ୫' ଜିତିଥିଲେ। ଏହା ବ୍ୟତୀତ ସେ ଜିନ୍ଦେଗି ଡଟ୍ କମ୍, କ୍ରାଇମ ପେଟ୍ରୋଲ୍ ଏବଂ ଫ୍ରେଣ୍ଡସ୍ ଭଳି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ସେ କ୍ରାଇମ ପେଟ୍ରୋଲରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe