୭୦ ଦଶକର ଶ୍ରେଷ୍ଠ ବଲିଉଡ୍ ଚଳଚ୍ଚିତ୍ର ‘ମେରା ନାମ୍ ଜୋକର୍’କୁ ଆଜି ୫୦ବର୍ଷ ପୂର୍ତ୍ତି ହୋଇଛି। ଏହି ଚଳଚ୍ଚିତ୍ରରୁ ଦିବଂଗତ ଅଭିନେତା ଋଷି କପୁର୍ଙ୍କ ବଲିଉଡ୍ କ୍ୟାରିୟର୍ ଆରମ୍ଭ ହୋଇଥିଲା। ଏହି ଅବସରରେ ପତ୍ନୀ ନିତୁ କପୁର୍ ଆଜି ଋଷିଙ୍କ ସ୍ମୃତିରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି। ଋଷିଙ୍କ ବଲିଉଡ୍ ଯାତ୍ରାର ବିଭିନ୍ନ ସମୟର ଫଟୋ ସେୟାର କରି ସେ ଲେଖିଛନ୍ତି, ଯଦି ଋଷି ଆଜି ଜୀବିତ ଥା’ନ୍ତେ, ତେବେ ବଲିଉଡ୍ରେ ତାଙ୍କର ୫୦ବର୍ଷ ପୂର୍ତ୍ତି ହୋଇଥା’ନ୍ତା। ପ୍ରକାଶଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ କର୍କଟ ରୋଗରେ ପୀଡ଼ିତ ହୋଇ ଋଷି ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ଋଷିଙ୍କ ସ୍ମୃତିରେ ନିତୁଙ୍କ ଭାବବିହ୍ବଳ ପୋଷ୍ଟ
Advertisment
Follow Us