ଜାଣନ୍ତି କି ! ଅର୍ଚ୍ଚିତା ଓ ବର୍ଷା ଏଯାଏଁ କରି ନାହାନ୍ତି ଏହି କାମ

Advertisment
ଜାଣନ୍ତି କି !  ଅର୍ଚ୍ଚିତା ଓ ବର୍ଷା ଏଯାଏଁ କରି ନାହାନ୍ତି ଏହି କାମ

ଭୁବନେଶ୍ୱର: ଓଲିଉଡ଼୍‍ର ଟପ୍‌ ହିରୋଇନ୍‌ମାନଙ୍କ ମଧ୍ୟରୁ କେବେଳ ଅନୁ ଚୌଧୁରୀ,ନମ୍ରତା ଥପ୍ପା ଓ ଲଭ୍‌ଲି ପ୍ରମୁଖ ଆଇଟମ୍‌ ଗର୍ଲ ବନିଛନ୍ତି ଓଡ଼ିଆ ଫିଲ୍ମରେ। ହେଲେ ଆଉ କେତେକ ନାମୀ ନାୟିକା ଏଯାଏଁ କୌଣସି ଓଡ଼ିଆ ଛବିରେ ଆଇଟମ୍‌ ଡ଼୍ୟାନ୍‌ସ କରିବାକୁ ରାଜି ହୋଇନାହାନ୍ତି।
ଆସନ୍ତୁ ଜାଣିବା ସେମାନେ କିଏ?

ଓଲିଉଡ଼୍‍ର ହିଟ୍‌ ହିରୋଇଡ଼୍‍ ଅର୍ଚ୍ଚିତା ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ ମାଇଁ ଲଭ୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ବିଗତ ୧୩ ବର୍ଷ ଭିତରେ ଅନେକ ସିନେମାରେ ନାୟିକା ବନିଛନ୍ତି। ହେଲେ ନିଜ ଅଭିନୀତ ସିନେମା ବ୍ୟତୀତ ଅନ୍ୟ କୌଣସି ଫିଲ୍ମରେ ସେ ଏଯାଏଁ ଆଇଟମ୍‌ ଗର୍ଲ ବନି ନାହାନ୍ତି। ଅବଶ୍ୟ ସେ ନିଜ ଅଭିନୀତ ସିନେମାରେ ଆଇଟମ୍‌ ନମ୍ବର ଭଳି ଗୀତରେ ନୃତ୍ୟ କରିଛନ୍ତି ଓ ପ୍ରଶଂସିତା ବି ହୋଇଛନ୍ତି।
ଠିକ୍‌ ସେହିପରି ଓଲିଉଡ଼୍‍ର ଆଉ ଜଣେ ଚର୍ଚ୍ଚିତା ନାୟିକା ହେଲେ ବର୍ଷା ପ୍ରିୟଦର୍ଶିନୀ।ସେ ୨୦୦୩ରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ଫିଲ୍ମ ‘ଏ ଯୁଗର କୃଷ୍ଣ ସୁଦାମା’ରେ ନାୟିକା ଭାବେ ପ୍ରଥମେ ଅଭିନୟ କରିଥିଲେ। ଏହାପରେ ସେ ନିୟମିତ ଭାବେ ଅନେକ ଓଡ଼ିଆ ଛବିରେ ନାୟିକା ଭାବେ ପରଦାକୁ ଆସିଛନ୍ତି।

publive-image
କିନ୍ତୁ ଆପଣ କ’ଣ ଜାଣନ୍ତି କି ବର୍ଷା ପ୍ରିୟଦର୍ଶିନୀ ଏ ଯାଏଁ କୌଣସି ବି ସିନେମାରେ ଆଇଟମ୍‌ ଡ଼୍ୟାନ୍‌ସ କରି ନାହାନ୍ତି କି ଆଇଟମ୍‌ ଗର୍ଲ ସାଜି ନାହାଁନ୍ତି। ଏପରିକି ତାଙ୍କ ଉପରେ ସେଭଳି ଗୀତ ବି ପିକ୍‌ଚରାଇଜ୍‌ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe