ଦରକାର ନାହିଁ ଓସ୍କାର, ଗ୍ରାମିସ୍ କିମ୍ବା ଫିଲ୍ମଫେୟାର: ମିକା

Advertisment
ଦରକାର ନାହିଁ ଓସ୍କାର, ଗ୍ରାମିସ୍ କିମ୍ବା ଫିଲ୍ମଫେୟାର: ମିକା

Indian News Live

ଓସ୍କାର, ଗ୍ରାମିସ୍ କିମ୍ବା ଫିଲ୍ମଫେୟାର ଭଳି ପୁରସ୍କାର ପାଇବା ପାଇଁ ଆଉ ମୋର ସ୍ବପ୍ନ ଦେଖିବା ଆବଶ୍ୟକ ନାହିଁ। କାରଣ ଆମର ସବୁଠୁ ପ୍ରିୟ କଳାକାର ଅମିତାଭ ବଚ୍ଚନ, ମତେ ଭାରତର ଲୋକପ୍ରିୟ ସୋ’ ‘କୌନ୍ ବନେଗା କରୋଡ୍ ପତି’ ରେ ପ୍ରଶଂସା କରିଛନ୍ତି। ତେଣୁ ମୋର ଆଉ କିଛି ଆବଶ୍ୟକ ନାହିଁ ବୋଲି ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ତେବେ ଗତ କିଛିଦିନ ତଳେ କୌନ୍ ବନେଗା କରୋଡ୍ ପତି ସୋ’ର ଉପସ୍ଥାପକ ଅମିତାଭ ବଚ୍ଚନ ଜଣେ ପ୍ରତିଯୋଗୀଙ୍କୁ ମିକା ସିଂହ ସାଵନ୍ ମେଁ ଲଗ୍ ଗୟି ଆଗ୍... ସଙ୍ଗୀତକୁ ନେଇ ପ୍ରଶ୍ନ କରିଥିଲେ। ଏହା ସହିତ ମିକାଙ୍କ କଣ୍ଠ ସମସ୍ତଙ୍କ ଠାରୁ ନିଆରା ବୋଲି କହିଥିଲେ। ଯାହାକୁ ନେଇ ମିକା ସିଂହ ଖୁସିରେ ବିଭୋର ହୋଇ ଇନ୍‌ଷ୍ଟାଗ୍ରାମରେ ଏହି ଭଳି ପୋଷ୍ଟ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe